ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲ୍‌ରୁ ଚିକିତ୍ସାଧୀନ କଏଦୀ ଚମ୍ପଟ

ବ୍ରହ୍ମପୁର/ବାଲିଗୁଡ଼ା : ଏମ୍‌କେସିଜି ମେଡିକାଲ ପରିସରରେ ଥିବା ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ୍‌ (ଡିସିଏଚ୍‌-୧)ରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ କଏଦୀ ଚମ୍ପଟ ମାରିଛନ୍ତି। ସମ୍ପୃକ୍ତ କଏଦୀଙ୍କ ନାମ ମୀର୍‌ ତହସିଂ (୩୭) ଏବଂ ତାଙ୍କ ଘର ନୟାଗଡ଼ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ପରେ କଏଦୀଙ୍କୁ ଜଗିଥିବା ଜେଲ୍‌ ୱାର୍ଡ଼ର୍‌ଙ୍କ ତରଫରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଆରମ୍ଭ କରିଛି।

ସୂଚନା ଅନୁସାରେ ଗତ ଜୁଲାଇ ୪ତାରିଖରେ ଗଂଜେଇ ଚୋରା ଚାଲାଣ ମାମଲାରେ ବାଲିଗୁଡ଼ା ପୁଲିସ ମୀର୍‌ଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ମୀର୍‌ ବାଲିଗୁଡ଼ା ସବ୍‌ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। କୋଭିଡ୍‌ରେ ଆକ୍ରାନ୍ତ ହେବାରୁ ତାଙ୍କୁ ଗତ ୩୧ତାରିଖରେ ବାଲିଗୁଡ଼ା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେର ତାଙ୍କୁ ଏମ୍‌କେସିଜି ମେଡିକାଲ ପରିସରରେ ଥିବା ଡିସିଏଚ୍‌-୧କୁ ସ୍ଥାନାନ୍ତର କରାଯାଇଥିବା ବାଲିଗୁଡା ଜେଲ୍‌ ଅଧୀକ୍ଷକ ସଂଜୀବ କୁମାର ସାଏ କହିଛନ୍ତି । ଏଠାରେ ସେ ଚତୁର୍ଥ ମହଲାରେ ଚିକିତ୍ସାଧୀନ ଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଆଜି ସେ ଡିସ୍‌ଚାର୍ଜ ହୋଇଥାନ୍ତେ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର