ପରଲୋକରେ ଭଦ୍ରକ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ପ୍ରଫେସର୍ ସନାତନ ମହାନ୍ତି

ଭଦ୍ରକ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭଦ୍ରକ ଜିଲ୍ଲାର ବିଶିଷ୍ଟ ଶିକ୍ଷାଵିତ୍ ତଥା  ବିଶିଷ୍ଟ ସାହିତ୍ୟିକ  ପ୍ରଫେସର୍ ଡକ୍ଟର  ସନାତନ ମହାନ୍ତିଙ୍କର ପରଲୋକ ହୋଇଯାଇଛି। ଆଜି ସକାଳ ୭ ଟା ବେଳେ ତାଙ୍କର ଭଦ୍ରକର ଜନୁ ସ୍ଥିତ ଦିବ୍ୟମ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା।  ଗତ କିଛିଦିନ ଧରି ସେ  ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ବିୟୋଗରେ ଭଦ୍ରକରେ ସବୁ ମହଲରେ ଶୋକ ପ୍ରକାଶ ପାଇଛି।

ପ୍ରଫେସର  ଡକ୍ଟର  ସନାତନ  ମହାନ୍ତି  ଭଦ୍ରକ କଲେଜରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ।  ଅର୍ଥନୀତି ବିଭାଗର   ଅଧ୍ୟାପକ ଭାବେ ସେ ଭଦ୍ରକ କଲେଜରୁ ଶିକ୍ଷାଦାନ ଆରମ୍ଭ କରି ଜଣେ ଛାତ୍ର ବତ୍ସଳ ଅଧ୍ୟାପକର ଗୌରବ ଅର୍ଜନ କରିଥିଲେ। ପରେ ସେ ଓଡ଼ିଶାର   ବିଭିନ୍ନ କଲେଜରେ ଅଧ୍ୟାପକ  ଭାବେ ଶିକ୍ଷାଦାନ କରିଥିଲେ। ଭଦ୍ରକ କଲେଜ,  ବାରିପଦାର ଏମ୍ ପିସି  କଲେଜ,  ଜି ଏ ମ କଲେଜରେ ପ୍ରଫେସର  ଅର୍ଥନୀତି ବିଭାଗର ପ୍ରଫେସର ଭାବେ  କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଅବସର ପରେ ମଧ୍ୟ ସେ ନୀରବରେ ବସି ନଥିଲେ। ନିଜ ଜନ୍ମ ମାଟି ଆଗରପଡା ଠାରେ ଘରୋଇ ଭାବେ ପ୍ରତିଷ୍ଠା ହୋଇଥିବା ଆଗରପଡ଼ା କଲେଜରେ  ଅଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଇଥିଲେ।  ଓଡ଼ିଶାର ସେ  ଜଣେ ଆଦର୍ଶ ଶିକ୍ଷାବିତ୍ ଭାବେ ଯେତିକି ପରିଚୟ ସୃଷ୍ଟି କରିଥିଲେ। ଜଣେ ସଫଳ ଅର୍ଥନୀତିଜ୍ଞ ବିଶାରଦ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। ପ୍ରଫେସର ମହାନ୍ତି ଜଣେ ସାରସ୍ଵତ ସାଧକ ଓ ସଂସ୍କୃତିସଂପନ୍ନ  ବ୍ୟକ୍ତିତ୍ଵ  ଭାବେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ। କେବଳ ସେତିକି ନୁହେଁ , ସେ  ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ। ଭଦ୍ରକରେ ଗାନ୍ଧୀ ବିଚାର ମଂଚର ସେ ପ୍ରତିଷ୍ଠାତା ଓ ସଭାପତି ଥିଲେ, ଭଦ୍ରକ ଇନଟାକର ସଭାପତି ଥିଲେ। ଭଦ୍ରକରେ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନର  ଉପଦେଷ୍ଟା ଭାବେ ତାଙ୍କର ସକ୍ରିୟ ସହଯୋଗ ଓ ଯୋଗଦାନ ଅନେକଙ୍କୁ ପ୍ରେରଣା ଯୋଗାଇଥିଲା। ଜଣେ ଆଦର୍ଶ, ଅମାୟିକ ଓ  ଗାନ୍ଧିବାଦୀ  ମଣିଷ ଭାବେ ନିଜର  ଯେଉଁ ପରିଚୟ ସୃଷ୍ଟି କରିଥିଲେ। ଆଜି ଭଦ୍ରକ ମାଟି ସେଇଭଳି ଜଣେ ଆଦର୍ଶ ମଣିଷ ଓ ମୁରବୀଙ୍କୁ ସବୁଦିନ ପାଇଁ ହରାଇଲା।

ଜଣେ ସାରସ୍ଵତ ସାଧକ ଭାବରେ ତାଙ୍କର ଅନେକ ଗଳ୍ପ, କବିତା, ସମାଲୋଚନା ପୁସ୍ତକ, ଅର୍ଥନୈତିକ ପୁସ୍ତକ, ଗବେଷଣା ଧର୍ମୀ ପୁସ୍ତକ ଓ ତାଙ୍କର  ଆତ୍ମଜୀବନୀ ଗ୍ରନ୍ଥ ପ୍ରକାଶିତ ହୋଇଛି।  ତାଙ୍କର ଆତ୍ମଜୀବନୀ  ଫେରି ଚାହିଁବାର ବେଳ ଏକ ଉଚ୍ଚାଙ୍ଗ ସାହିତ୍ୟ ଗ୍ରନ୍ଥ। ସେହିପରି ତାଙ୍କ ଦ୍ଵାରା ଲିଖିତ  ପୁସ୍ତକ ସ୍ମୃତି ଗବାକ୍ଷ, ବିବିଧ ପ୍ରବନ୍ଧାବଳି, ଭାରତର ଅର୍ଥନୀତି  , ସିକ୍ଷବିତ୍ ଗାଥା ରଚନା ତାଙ୍କର ଗୋଟିଏ ଗୋଟିଏ ଆମର କୃତି। ସେ ମଧ୍ୟ ଅନେକ ଶିଶୁ  ଗଳ୍ପ ରଚନା କରିଥିଲେ।  ଜଣେ ବୁଦ୍ଧିଜୀବୀ ଓ ସୁବକ୍ତା ଭାବରେ ତାଙ୍କର ସ୍ଵତନ୍ତ୍ର ପରିଚୟ ଥିଲା।  ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ  ବରିଷ୍ଠ ସାରସ୍ଵତ ସାହିତ୍ୟିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

ତାଙ୍କର ବିୟୋଗରେ ପୂର୍ବତନ ମନ୍ତ୍ରୀ  ଯୁଗଳ କିଶୋର ପଟ୍ଟନାୟକ, ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଭଦ୍ରକ ମାଟି ଜଣେ ପ୍ରଜ୍ଞା ପୁରୁଷଙ୍କୁ ହରାଇଲା ବୋଲି ନିଜ ଶୋକ  ବାର୍ତ୍ତାରେ ପ୍ରକାଶ କରିଛନ୍ତି। ସେହିପରି ଭଦ୍ରକ ବିଧାୟକ ସଞ୍ଜୀବ ମଲିକ,  ପ୍ରଫେସର୍   ଡ ଶଶଧର ଦାସ, ଡ ଆର୍ କେ ନାୟକ, ଡ ହରେକୃଷ୍ଣ ନାୟକ, ତ୍ୟାଗଭୂମିର ସଭାପତି   ତଥା ଭଦ୍ରକ କଲେଜର ପୁରାତନ ଛାତ୍ର ସଂସଦର ସଭାପତି ଅଜୟ ନାୟକ, ପ୍ରଫେସର ପବିତ୍ର ପାଣିଗ୍ରାହୀ, ପ୍ରଫେସର୍ ଅଟଳ ବିହାରୀ ନାୟକ, ପୂର୍ଣ୍ଣଚନ୍ଦ୍ର  ବହଲି, ପଦ୍ମନ୍ ରାୟ, ସୁଧାକର ରାଉତ, ସନ୍ତୁ ନ ରାଉତ, ଏସ ଏମ ଫରୁକ୍, ଗଦାଧର ବଳ, ନିହାର କର, ପ୍ରଧ୍ୟାପିକା ଝରଣା ପଟ୍ଟନାୟକ, ଅଭୟ ସୂତାର, ରୂପକ ରାୟ, ସମ୍ବାଦ ସାହିତ୍ୟ ଘରର ସଭାପତି ଗଗନ ବିହାରୀ ରାଉତ,  ଡ ରାଧାରାଣୀ ମହାପାତ୍ର, ଚାରୁଲତା ମହାପାତ୍ର, ଦିବ୍ୟସିଂହ ନାୟକ,  ଆଗରପଡ଼ାର ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ ଦାସ, ସ୍ଥାନୀୟ ସରପଞ୍ଚ କ୍ରିଷ୍ଣା ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।  ମୃତୁ ବେଳକୁ ତାଙ୍କର  ଚାରି  ପୁଅ ବିଚିତ୍ରାନନ୍ଦ ମହାନ୍ତି, ଅଚ୍ୟୁତାନନ୍ଦ ମହାନ୍ତି, ପ୍ରେମାନନ୍ଦ ମହାନ୍ତି, ଅରବିନ୍ଦ ମହାନ୍ତି, ପୁତୁରା ସନ୍ତୋଷ ମହାନ୍ତି, ନାତି ଦେବାଶିଷ, ଆଶିଷ, ସ୍ନେହାଶିଷ , ଚନ୍ଦ୍ର ପ୍ରକାଶ, ସତ୍ୟ ପ୍ରକାଶ  ସମେତ ପରିବାରର ସଦସ୍ୟ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ। କରୋନା କଟକଣା ଭିତରେ ଆଜି ତାଙ୍କର ଅଗରପଡ଼ାସ୍ଥିତ  କୁଁଆଶ ମଢିଆ  ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧିତ ଖବର