ରାଜସ୍ୱ ବିଭାଗରେ ପଦୋନ୍ନତି ବିଭ୍ରାଟ : ବିଜ୍ଞପ୍ତି ୨୦୧୪ରେ, ଯୋଗ ଦେଲେ ୨୦୧୩ରେ!

କଟକ : ଜଣେ ଅଧିକାରୀଙ୍କ ପଦୋନ୍ନତି ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି ୨୦୧୪, ଅକ୍ଟୋବର ୨୪ ତାରିଖରେ। କିନ୍ତୁ ସଂପୃକ୍ତ ଅଧିକାରୀ ସେହି ପଦବିରେ ୨୦୧୩, ଜୁନ୍‌ ୨୧ ତାରିଖରେ ଯୋଗ ଦେଇଛନ୍ତି ବୋଲି ରେକର୍ଡରେ ଦର୍ଶାଯାଇଛି। କେବଳ ଏଭଳି ଗୋଟିଏ ଘଟଣା ନୁହେଁ, ରାଜସ୍ୱ ତଥା ବିପର୍ଯ୍ୟୟ ପ୍ରଶମନ ବିଭାଗରେ ପଦୋନ୍ନତି ପ୍ରକ୍ରିୟାରେ ହୋଇଥିବା ବ୍ୟାପକ କେଳେଙ୍କାରୀକୁ ନେଇ ପ୍ରାୟ ୩ଶହରୁ ଅଧିକ ଅଭିଯୋଗ ଆସିଛି। କିନ୍ତୁ ଏହାର ସମାଧାନ ହେବା ବଦଳରେ ଜାଣିଶୁଣି ଏଭଳି କେଳେଙ୍କାରୀକୁ ପ୍ରୋତ୍ସାହିତ କରି ନିର୍ଦ୍ଦିଷ୍ଟ କେତେଜଣଙ୍କୁ ସୁବିଧା ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ଓଡ଼ିଶା ରାଜସ୍ୱ ସେବାର କ୍ୟାଡର ପୁର୍ନଗଠନ ପରେ ସୃଷ୍ଟି ହୋଇଥିବା ପଦବିରେ ନିଯୁକ୍ତି ପାଇଁ ପୂର୍ବରୁ ତୃତୀୟ ଶ୍ରେଣୀ ପାହ୍ୟାରେ କାର୍ଯ୍ୟ କରୁଥିବା ୧୦୪ ଜଣ ବ୍ୟକ୍ତିବିଶେଷଙ୍କୁ ପଦୋନ୍ନତି ଦିଆଗଲା। ୨୦୧୪, ଅକ୍ଟୋର୨୪ ତାରିଖରେ ଏହି ପଦୋନ୍ନତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୦୧୨ରେ ଖାଲି ପଡିଥିବା ପଦବି ଆଧାରରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଲା। ପରବର୍ତ୍ତୀ ସମୟରେ ଏହି ନବନଯୁକ୍ତ ଅଧିକାରୀ ମାନଙ୍କ ଗ୍ରେଡେସନ୍‌ ଲିଷ୍ଟ ପ୍ରକାଶ ପାଇଲା। କିନ୍ତୁ ସବୁଠୁ ଚକିତ କଲା ଭଳି ପ୍ରସଙ୍ଗ ହେଉଛି ଯେ ଯେଉଁ କେତେକ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଅଳବଦଳ କରାଯାଇଛି, ସେମାନେ ୨୦୧୭ରେ ପଦୋନ୍ନତି ପାଇଥିଲେ ତାଙ୍କର ଡେଟ୍‌ ଅଫ ଜଏନିଂ କିନ୍ତୁ ରହିଛି ତାହାର ପୂର୍ବରୁ ଅର୍ଥାତ ୨୦୧୩ରେ। ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ରହିଥିବା ବେଳେ ଅନ୍ୟ ପ୍ରାୟ ୩ଶହ ଅଭିଯୋଗ ରାଜସ୍ୱ ବିଭାଗକୁ ଆସିଛି।

ସମ୍ବନ୍ଧିତ ଖବର