ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଜେପି ବିଧାୟକ ଓ ନେତା। ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ କହିଛନ୍ତି। ଆଜି ରାଜଭବନ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ଓ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି।

୨୦୧୬ ପରଠାରୁ କାହିଁକି ଗଠନ ହୋଇନାହିଁ ପରିଷଦ ? କେବଳ ଅଧ୍ୟକ୍ଷଙ୍କୁ ନେଇ କେମିତି ଚାଲିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ? ଜଣେ ବ୍ୟକ୍ତି କେମିତି ପରିଚାଳନା କରୁଛନ୍ତି ୨୦୦ କୋଟିର ବଜେଟ୍ ? ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ସ୍ଥାନାନ୍ତରରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି କାହିଁକି ରାଜ୍ୟ ସରକାର? ଆଇନ୍ ଅନୁସାରେ ୨ଜଣ ସାଂସଦ ଏବଂ ୧୧ ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବା କଥା। କିନ୍ତୁ ୨୦୧୬ ପରଠାରୁ ଏହା ଗଠନ ହୋଇନାହିଁ। ଏହାରି ଭିତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ୍ ୧୦୦ ରୁ ୨୦୦ କୋଟିକୁ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ସମ୍ବନ୍ଧିତ ଖବର