ବାଲେଶ୍ୱର ଉପନିର୍ବାଚନ : ବିଜେପିର ପ୍ରଚାର ମଙ୍ଗ ଧରିବେ ରଘୁନାଥ ମହାନ୍ତି

୧୩ ଜଣିଆ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ରଘୁନାଥ

ବାଲେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେପିର ପ୍ରଚାର ମଙ୍ଗ ଧରିବେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଘୋଷଣା କରିଛି ବିଜେପି। ୧୩ ଜଣିଆ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ରଘୁନାଥଙ୍କୁ ଦାୟିତ୍ୱ ମିଳିଛି । ବାଲେଶ୍ୱର ସଦର ଉପନିର୍ବାଚନରେ କେମିତି ପ୍ରଚାର ହେବ, କିଏ କିଏ ପ୍ରଚାର କରିବେ ଏବଂ ଲୋକଙ୍କଠାରୁ କେଉଁ ପ୍ରସଙ୍ଗ ନେଇ ଭୋଟ ମଗାଯିବ ତା’ର ପୁରା ଦାୟିତ୍ୱ ରହିବ ରଘୁନାଥଙ୍କ ଉପରେ ।

ପୁତ୍ରବଧୂଙ୍କ ସହ ବିବାଦକୁ ନେଇ ହୋଇ ମନ୍ତ୍ରୀ ପଦ ହରାଇଥିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି। ୨୦୧୪ ନିର୍ବାଚନରେ ଟିକେଟରୁ ବଞ୍ଚିତ ହେବା ପରେ ୨୦୧୯ ନିର୍ବାଚନରେ ଶ୍ରୀ ମହାନ୍ତି ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ଗତ ସାଧାରଣ ନିର୍ବାଚନରେ ବିଜେପିରେ ସାମିଲ ହୋଇ ବସ୍ତା ଆସନରୁ ଲଢ଼ିଥିଲେ ରଘୁନାଥ, ହେଲେ ନିର୍ବାଚନରେ ସେ ପରାଜିତ ହୋଇଥିଲେ ।

Raghunath Mohanty Named As BJP Election Committee Chairman
OdishaTV

ଏଥର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆୟୋଜିତ କରାଯାଇଥିବା କୌଣସି ଦଳୀୟ ବୈଠକରେ ରଘୁନାଥ ଯୋଗ ଦେଇନଥିଲେ । ଏହାରି ଭିତରେ ତାଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିବା ବେଳେ ଆଜି ତାହାର ଅନ୍ତ ଘଟିଛି। ଆଜି ବିଜେପି ରଘୁନାଥ ମହାନ୍ତିଙ୍କୁ ବାଲେଶ୍ୱର ସଦର ଉପନିର୍ବାଚନର ଗୁରୁ ଦାୟିତ୍ୱ ଦେଇଛି ।

ସମ୍ବନ୍ଧିତ ଖବର