କୋରାପୁଟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ସହ କୁଆପଥର ମାଡ

କୋରାପୁଟ : ଦିନ ସାରା ଆକାଶରେ ମେଘ ଥିଲା। ବର୍ଷା ହେବ ହେବ ବୋଲି ଲାଗୁଥିଲେ ବୋଲି ହୋଇ ନ ଥିଲା। କିନ୍ତୁ ସନ୍ଧ୍ୟାରେ ହଠାତ ମାଡି ଆସିଲା ବର୍ଷା। ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳକୁ ଘଡଘଡି ସହ ବର୍ଷା ହୋଇଥିଲା। ଏହା ସହ ପ୍ରବଳ ମାତ୍ରାରେ କୁଆ ପଥର ମାଡ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ରାସ୍ତାରେ କୁଆପଥର ଭରି ଯାଇଥିଲା। ପିଚୁ ରାସ୍ତା ବି ଧଳା ଦେଖା ଯାଇଥିଲା। ପ୍ରବଳ ମାତ୍ରାରେ ବିଜୁଳି ମାରିବା ସହ ଘଡଘଡି ହୋଇଥିଲା। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ତେବେ ଏହାର ପ୍ରଭାବ ବିଜୁଳି ସେବା ଉପରେ ପଡିଛି। ସନ୍ଧ୍ୟାରୁ ବିଜୁଳି କାଟ ହୋଇଥିଲାବେଳେ ଦୀର୍ଘ ସମୟ ଧରି ଏହା ସ୍ବାଭାବିକ ହୋଇ ପାରିନି। ଅପରପକ୍ଷରେ ହଠାତ ବର୍ଷ‌ା ସହ କୁଆ ପଥର ମାଡ ହେବାରୁ ସାଧାରଣ ଲୋ‌କ ଓ ଉଠା ଦୋକାନୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେବଳ କୋରାପୁଟ ସହର ନୁହେଁ, ଆଜି ଜିଲ୍ଲାର ବିଭିନ୍ନ ଅଂଚଳରେ ଏମିତି ବର୍ଷା, ବଜ୍ରପାତ ଓ କୁଆ ପଥର ମାଡ ହୋଇଛି। କୋଟପାଡ‌ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟାନ୍ୟ ସ୍ଥାନରୁ କ୍ଷୟକ୍ଷତି ନେଇ ରିପୋର୍ଟ ଆସିନି।

ସମ୍ବନ୍ଧିତ ଖବର