ନାଲକୋ ଅଞ୍ଚଳରେ ଝିପିଝିପି ବର୍ଷା ସହ ଘୂର୍ଣ୍ଣିଝଡର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନାଲକୋ ନଗର : ଆଜି ସନ୍ଧ୍ୟାରେ ନାଲକୋ ଅଞ୍ଚଳରେ ଝିପିଝିପି ବର୍ଷା ସହ ଘୂର୍ଣ୍ଣିଝଡର ତାଣ୍ଡବ ଦେଖିବାକୁ ମିଳିଛି । ସେଥିଯୋଗୁଁ ନାହିଁ ନଥିବାର କ୍ଷତି ହୋଇଛି । ଏହି ଘୂର୍ଣ୍ଣିଝଡ ଫଳରେ ନାଲକୋର ବିଭିନ୍ନ ସ୍ଥାନରେ ବହୁ ଘରଦ୍ବାର ଭାଙ୍ଗିବା ସହ ଟିଣ ଛପର ଘର ର ଟିଣ ଉଡିଯାଇଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ ପ୍ରଚଣ୍ଡ ବେଗରେ ପବନ ହୋଇଥିଲା। ଏବଂ ତାହା କ୍ରମଶଃ ଘୂର୍ଣ୍ଣିଝଡରେ ରୂପାନ୍ତରିତ ହୋଇ ମାତ୍ର କେଇ ମିନିଟ୍ ମଧ୍ଯରେ ରାସ୍ତା ଘାଟ ସୁନସାନ ହୋଇ ଯାଇଥିଲା।ନାଲକୋ କଲୋନୀ ପାରିସରର କ୍ୱାର୍ଟର ନମ୍ବର ଏ-୩୭୨ ଘର ମାଲିକଙ୍କ ଗ୍ୟାରେଜ ଉପରେ ଏକ ବଡ ଗଛ ମାଡି ବସିଥିବାରୁ ଗ୍ୟାରେଜ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା ଓ କାର ଟି ସମ୍ପୂର୍ଣ୍ଣ ଭାବେ ଚେପା ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ରାସ୍ତା ଅବରୋଧ ହୋଇଥିଲା।ପ୍ରଶାସନ ପକ୍ଷରୁ ଅବରୋଧ ହଟିବା ପରେ ଯିବା ଆସିବା ସ୍ୱାଭାବିକ ହୋଇଥିଲା। ସେହିପରି କାଣ୍ଡସର ସ୍କୁଲ ସାହି ସ୍ଥିତ ଏକ ଗ୍ୟାରେଜ ର ୬ଟି ଟିଣ ଉଡାଇ ନେଇ ବହୁଦୂରରେ ଫୋପାଡି ଦେଇଛି। ତେବେ ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ସମ୍ବନ୍ଧିତ ଖବର