ରାଜଧାନୀ ଏକ୍ସପ୍ରେସ ସମୟ ସାରଣୀ ପରିବର୍ତ୍ତିତ

ଭୁବନେଶ୍ବର : ଜାନୁଆରି ୯ରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ୩ଟି ରାଜଧାନୀ ସ୍ବତନ୍ତ୍ର ଟ୍ରେନର ସମୟ ସାରଣୀ ପରିବର୍ତନ କରାଯାଇଛି। ପୂର୍ବ କେନ୍ଦ୍ରୀୟ ରେଳପଥ ଅଧୀନରେ ଥିବା କୋଦର୍ମା ରେଳ ଷ୍ଟେସନରେ ପରିବର୍ତ୍ତନ ହୋଇଛି। ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଓ ରାଉରକେଲା ମାର୍ଗ ଦେଇ ପ୍ରତ୍ୟେକ ଶନିବାର ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ୍‌(୦୨୮୫୫) ଭୁବନେଶ୍ୱରରୁ ୯ ତାରିଖରୁ କୋଦର୍ମା ଷ୍ଟେସନରେ ରାତି ୮ଟା ୫୮ରେ ପହଞ୍ଚି ରାତି ୯ଟାରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।

ଭୁବନେଶ୍ୱରରୁ ପ୍ରତ୍ୟେକ ବୁଧବାର ଓ ରବିବାର ଆଦ୍ରା ମାର୍ଗ ଦେଇ ଚଳାଚଳ କରୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ(୦୨୮୨୫) ଚଳିତ ମାସ ୧୦ ତାରିଖରୁ ଓ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଟାଟା ମାର୍ଗ ଦେଇ ଚଳାଚଳ କରୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ(୦୨୮୨୩) ଭୁବନେଶ୍ୱରରୁ ଚଳିତ ମାସ ୧୧ ତାରିଖରୁ କୋଦର୍ମା ଷ୍ଟେସନରେ ରାତି ୮ଟା ୫୮ରେ ପହଞ୍ଚି ରାତି ୯ଟାରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନଗୁଡିକ କେବଳ କୋଦର୍ମା ଷ୍ଟେସନଠାରେ ପରିବର୍ତ୍ତିତ ସମୟ ସରଣୀରେ ଚଳାଚଳ କରିବାକୁ ଥିବାବେଳେ ଅନ୍ୟ ସମସ୍ତ ଷ୍ଟେସନରେ ଏହି ଟ୍ରେନ୍‌ଗୁଡ଼ିକର ସମୟ ସାରଣୀରେ ପରିବର୍ତ୍ତନ ହେବ ନାହିଁ।

ସମ୍ବନ୍ଧିତ ଖବର