ବିଜେଡି ଛାଡ଼ିଲେ ରାମଚନ୍ଦ୍ର ହାଁସଦା

ବିଶୋଇ : ବିଜେଡିରୁ ନିଲମ୍ବନ ହୋଇଥିବା ପୂର୍ବତନ ସାଂସଦ ଇଂ. ରାମଚନ୍ଦ୍ର ହାଁସଦା ଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଶୁକ୍ରବାର ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

ଚିଟ୍‌ଫଣ୍ଡ ମାମଲାରେ ଛନ୍ଦି ହୋଇ ଶ୍ରୀ ହାଁସଦା ଜେଲ୍‌ ଯାଇଥିଲେ। ଫଳରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଦଳରେ ନଥାଇ ବି ଜେଲ୍‌ରୁ ଫେରି ସେ ସାଂଗଠନିକ କାର୍ଯ୍ୟରେ ସହ‌ଯୋଗ କରିଆସୁଥିଲେ। ତେବେ ତାଙ୍କୁ ଦଳକୁ ଫେରାଇ ନେବା ନେଇ ଶ୍ରୀ ହାଁସଦା କାହାରି ଆଗ୍ରହ ଦେଖିବାକୁ ପାଇ ନଥିଲେ। ଫଳରେ ସେ ବାଧ୍ୟହୋଇ ଦଳ ଛାଡ଼ିଥିବା କହିଛନ୍ତି।

ଉଲ୍ଲେଖ ଥାଉକି ଶ୍ରୀ ହାଁସଦା ୨୦୦୯ରେ ସାରସକଣା ନିର୍ବାଚନ ମଣ୍ଡଳୀରୁ ଏନ୍‌ସିପି ଟିକଟ୍‌ରେ ବିଜୟୀ ହୋଇଥିଲେ। ସେହିପରି ୨୦୧୪ରେ ମୟୂରଭଂଜ ଲୋକସଭା ଆସନରୁ ବିଜେଡି ଟିକଟ୍‌ରେ ନିର୍ବାଚନ ଲଢ଼ି ବଡ଼ ଭୋଟ୍‌ ବ୍ୟବଧାନରେ ଜିତିଥିଲେ।

ସମ୍ବନ୍ଧିତ ଖବର