ରଥଖଳା ଚଳଚଞ୍ଚଳ : ଆଗେଇ ଚାଲିଛି ଚକ, ଅଖ ଓ ଗୟଳ କାମ

ପୁରୀ : ଆଉ ମାସେ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ମହାରଣା ସେବକ, ‌ଭୋଇ ସେବକ, ଚିତ୍ରକର ସେବକ, କମାର ସେବକମାନେ ରଥ ନିର୍ମାଣରେ ଦିନରାତି ଏକ କରି ଦେଇଛନ୍ତି। ଭୋଇ ସେବକମାନେ ଆବଶ୍ୟକ କାଠ ଯୋଗାଇ ଦେବା ପରେ ମହାରଣା ସେବକ ଓ ଚିତ୍ରକର ସେବକ ରଥକାଠକୁ ଆବଶ୍ୟକ ରୂପ ଦେବାରେ ଲାଗି ପଡ଼ିଛନ୍ତି। ତୁମ୍ବ ପ୍ରସ୍ତୁତି କାମ ଶେଷ ପରେ ମହାରଣା ସେବକମାନେ ଚକ, ଅଖ କାମକୁ ଆଗେଇ ନେଇଛନ୍ତି। ତୁମ୍ବରେ ମାପ ମୁତାବକ ଅର, ପଇ ସଂଯୋଗ କରି ଚକ କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ସେହି ଅନୁସାରେ ଅଖ କାମ ବି ଆଗେଇ ଚାଲିଛି। ସେପଟେ ଭୋଇ ସେବକମାନେ ଦୋଳବେଦିଠାରେ ଗୟଳ ଚିରଟ କାମ ଆରମ୍ଭ କରି ଦେଇଛନ୍ତି। ଚିତ୍ରକର ସେବକମାନେ ପ୍ରସ୍ତୁତ କାଠକୁ ଭିନ୍ନ ରୂପ ଦେବାରେ ଲାଗିଛନ୍ତି। ଗୁଜ, ପଟା କାମ ଜୋରସୋରରେ ଚାଲିଥିବା ବେଳେ କମାରଶାଳ ବି ଚଳଚଞ୍ଚଳ ହୋଇ ଉଠିଛି।

ସମ୍ବନ୍ଧିତ ଖବର