ଥଇଥାନ ଗୃହ କମିଟିର ପ୍ରଥମ ବୈଠକରେ ସମସ୍ୟାର ସମାଧାନ ଓ ଥଇଥାନ ସଂପର୍କରେ ଆଲୋଚନା

ଭୁବନେଶ୍ୱର: ଥଇଥାନ ଗୃହ କମିଟିର ପ୍ରଥମ ବୈଠକ ଶୁକ୍ରବାର ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭା ସଚିବାଳୟର କମିଟି ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ରାଜ୍ୟରେ ଜଳସେଚନ, ଶିଳ୍ପ ଓ ଖଣି ପ୍ରକଳ୍ପଗୁଡ଼ିକର ସ୍ଥାପନ ଦ୍ୱାରା ବିସ୍ଥାପିତ ହୋଇଥବା ଲୋକମାନଙ୍କର ସମସ୍ୟାର ସମାଧାନ ଓ ସେମାନଙ୍କର ଥଇଥାନ ସଂପର୍କରେ ଆଲୋଚନା ହୋଇଥଲାା

ବୈଠକରେ କମିଟିର ସଦସ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସନ୍ତୋଷ ସିଂ ସାଲୁଜା, ପ୍ରୀତିରଞ୍ଜନ ଘଡ଼ାଇ, ମନୋହର ରନ୍ଧାରୀ, ପର୍ଶୁରାମ ଧଡ଼ା, ପ୍ରଶାନ୍ତ କୁମାର ଜଗଦ୍ଦେବ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥଲୋ

ଇଡ଼୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ, ଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଏସ୍‌.କେ. ପୋପଲି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଆର୍‌.ଏନ୍‌ ପଲାଇ, ସଂପୃକ୍ତ ବିଭାଗୀୟ ବରିଷ୍ଠ ଅଧକାରୀବୃନ୍ଦଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଏହି ବୈଠକରେ ଉପସ୍ଥିତ ଥଲୋ

ସମ୍ବନ୍ଧିତ ଖବର