ରଥଯାତ୍ରା ପୂର୍ବରୁ ସଂପୂର୍ଣ୍ଣ ହେବ ଶ୍ରୀମନ୍ଦିର ମରାମତି କାର୍ଯ୍ୟ, ୨/୩ ଦିନ ମଧ୍ୟରେ ଖୋଲିବ କୋଣାର୍କ ମନ୍ଦିର

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଶେଷ ହେବ। ଏଏସ୍‌ଆଇ ଡିଜି ଉଷା ଶର୍ମା ଶ୍ରୀମନ୍ଦିର ପରିଦର୍ଶନ ପରେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ବାତ୍ୟା ପରେ ଏସ୍‌ଆଇ ଡିଜି ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର କେତେ ପରିମାଣରେ କ୍ଷୟକ୍ଷତି ଘଟିଛି, ସେନେଇ ଆଜି ସମୀକ୍ଷା କରିଛନ୍ତି। ସୀମକ୍ଷା ପରେ ଉଷା ଶର୍ମା କହିଛନ୍ତି, ଶ୍ରୀମନ୍ଦିରର ମରାମତି କାମ ଯୁଦ୍ଧକାଳିନୀ ଭିତ୍ତିରେ ଚାଲିଛି। ବରିଷ୍ଠ ପଦାଧିକାରୀ କ୍ୟାମ୍ପ ଓ କାର୍ଯ୍ୟ ତଦାରଖ କରିବେ।

ଆଗାମୀ ୨ରୁ ୩ ଦିନ ମଧ୍ୟରେ କୋଣାର୍କସ୍ଥିତ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ସୂର୍ଯ୍ୟମନ୍ଦିର ପରିଦର୍ଶନ ପରେ ଏଏସ୍‌ଆଇ ଡିଜି ଏହି ସୂଚନା ଦେଇଛନ୍ତି। ଡିଜିଙ୍କ ସହିତ ଆଜି ଏକ ଟିମ୍‌ ସୂର୍ଯ୍ୟମନ୍ଦିର ସ୍ଥିତି ସଂପର୍କରେ ଅବଗତ ହୋଇଛି। ମନ୍ଦିରର କୌଣସି ଢାଂଚାଗତ କ୍ଷତି ଘଟିନଥିବା ଟିମ୍‌ ଦେଖିଛି। ମନ୍ଦିର ପରିସର ମଧ୍ୟରେ ଛୋଟ ବଡ଼ ପାଖାପାଖି ୨୦୦ରୁ ଅଧିକ ଗଛ ଉପୁଡିଛି ବୋଲି ଟିମ୍‌ କହିଛି। ପୁନରୁଦ୍ଧାର କାମ ଶେଷ ହେବା ପରେ ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟମନ୍ଦିର ଖୋଲିବ। ଆଗାମୀ ୧୫ ଦିନ ମଧ୍ୟରେ ସୂର୍ଯ୍ୟମନ୍ଦିରର ଅବସ୍ଥା ସ୍ୱାଭାବିକ ସ୍ତରକୁ ଆସିଯିବ।

ସମ୍ବନ୍ଧିତ ଖବର