ଅବକାରୀ ବିଭାଗର ସମୀକ୍ଷା: ଏଥର ୬୦ ପ୍ରତିଶତ ଅଧିକ ସାମଗ୍ରୀ ଜବତ

କଟକ : ରାଜ୍ୟରେ ୨୦୨୧ ଏପ୍ରିଲରେ ୧୦ କୋଟି ଟଙ୍କାର ଅବକାରୀ ସାମଗ୍ରୀ ଜବତ ହୋଇଥିଲା। ୨୦୨୨ ଏପ୍ରିଲରେ ୧୬ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। ପୂର୍ବବର୍ଷ ଓ ଚଳିତବର୍ଷର ଏପ୍ରିଲ ମାସର ଚିତ୍ରକୁ ଅନୁଧ୍ୟାନ କଲେ ଚଳିତବର୍ଷ ଏପ୍ରିଲ ମାସରେ ୬୦ ପ୍ରତିଶତ ଅଧିକ ଅବକାରୀ ସାମଗ୍ରୀ ଜବତ ହୋଇଛି।

ଅବକାରୀ କମିସନର୍‌ ଆଶିଷ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟସ୍ତରୀୟ ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ଗଲା ଏପ୍ରିଲ ମାସର ନିଶା କାରବାର ସଂକ୍ରାନ୍ତ ମାମଲାର ସମୀକ୍ଷା କରାଯାଇଥିଲା। ଅନ୍ୟପଟେ ଚଳିତ ମାସ ୧ ତାରିଖରୁ ୧୦ ତାରିଖ ଭିତରେ ୧୨ଶହ ୪୫ ମାମଲା ଠାବ ହୋଇଥିବା ବେଳେ ୧ ହଜାର ୭୬ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ୪.୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର