ମାଟ୍ରିକ ଓ ଯୁକ୍ତ୨ ପରୀକ୍ଷାର ସମୀକ୍ଷା

ଭୁବନେଶ୍ୱର : ୨୦୨୩ରେ ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ପରୀକ୍ଷାଗୁଡ଼ିକର ସୁପରିଚାଳନା ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଚଳିତ ବର୍ଷ ଯୁକ୍ତ ୨ ଓ ମାଟ୍ରିକ୍‌ ପରୀକ୍ଷାକୁ ଅବାଧ ଏବଂ ନିରପେକ୍ଷ ଭାବେ କରିବାକୁ ଯୋଜନାମାନ ପ୍ରସ୍ତୁତ କରାଯାଇଛି। ବୈଠକରେ ଓଡ଼ିଶା ସମଗ୍ର ଶିକ୍ଷା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ରାମାଶିଷ ହାଜିରା, ଅତିରିକ୍ତ ଶାସନ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ଖଗେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ମତ ଦେଇଥିଲେ।

ସମ୍ବନ୍ଧିତ ଖବର