ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ଓଡ଼ିଶା-ମୋ ପରିବାର’ର ସମୀକ୍ଷା, କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଆହ୍ବାନ

ଭୁବ‌ନେଶ୍ବର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା-ମୋ ପରିବାର’ର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା-ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପ୍ରାରମ୍ଭରେ ଓଡ଼ିଶା-ମୋ ପରିବାର ଦ୍ବାରା କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଯଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, କୋଭିଡ୍‌ ସମୟରେ ଶବଦାହ ପାଇଁ ଆରମ୍ଭ କରାଯାଇଥିବା ହେଲ୍ପଡେସ୍କ, ରକ୍ତଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରସ୍ତୁତ, ଥାଲା‌ସେମିଆ ଓ ଅନ୍ୟାନ୍ୟ ଗୁରୁତର ବ୍ୟକ୍ତିଙ୍କୁ ସାହାଯ୍ୟ ଓ ପ୍ଲାଜମା ସଂଗ୍ରହ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଶ୍ରୀ ମିଶ୍ର ଓଡ଼ିଶା-ମୋ ପରିବାର ପକ୍ଷରୁ କୁହାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଆବାହକ ଶ୍ରୀ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ସଙ୍ଗଠନ ଦ୍ବାରା ହୋଇଥିବା ସମସ୍ତ କାର୍ଯ୍ୟର ସବିଶେଷ ବିବରଣୀ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ବିଧାୟକ ଶ୍ରୀ ନାୟକ ସ୍ବାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶା-ମୋ ପରିବାର ଦ୍ବାରା କରାଯାଇଥିବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ ଓ ତ୍ବରାନ୍ବିତ କରିବା ଲାଗି ଆହ୍ବାନ କରିଥିଲେ।

ସମ୍ବନ୍ଧିତ ଖବର