ୱାରେଣ୍ଟି, ମାଗଣା ସର୍ଭିସ୍‌ ଅବଧି ବଢ଼ାଇଲେ କାର୍‌ କଂପାନି

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହର ପ୍ରଭାବକୁ ନଜରରେ ରଖି ମାରୁତି ସୁଜୁକି ଏହାର ଗ୍ରାହକମାନଙ୍କ ପାଇଁ ମାଗଣା ସର୍ଭିସିଂ ଓ ୱାରେଣ୍ଟିର ଅବଧିକୁ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇଛି। ଯେଉଁ ଗ୍ରାହକମାନଙ୍କ ମାଗଣା ସର୍ଭିସ୍ କିମ୍ବା ୱାରେଣ୍ଟି ଅବଧି ମାର୍ଚ୍ଚ ୧୫ରୁ ମେ’ ୩୧ ମଧ୍ୟରେ ଶେଷ ହେଉଥିବ ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ।

ଟୟୋଟା ପକ୍ଷରୁ ମଧ୍ୟ ଗ୍ରାହକମାନଙ୍କ ପାଇଁ ମାଗଣା ସର୍ଭିସ୍ ଓ ପେଡ୍‌ ୱାରେଣ୍ଟିକୁ ଏକ ମାସ ବୃଦ୍ଧି କରାଯାଇଛି। ଯେଉଁ ସବୁ ରାଜ୍ୟଗୁଡ଼ିକରେ କରୋନା କଟକଣା ଲଗାଯାଇଛି ସେହି ସବୁ ରାଜ୍ୟର ଗ୍ରାହକମାନଙ୍କୁ କଂପାନି ଏହି ସୁବିଧା ପ୍ରଦାନ କରିବ। ଏହା ପୂର୍ବରୁ ମାର୍ଚ୍ଚ ୧୧ରେ ଟାଟା ମୋଟର୍ସ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ସୁବିଧା ଘୋଷଣା କରାଯାଇଥିଲା। ଯେଉଁ ସବୁ ଗ୍ରାହକମାନଙ୍କ ମାଗଣା ସର୍ଭିସ୍ ଓ ୱାରେଣ୍ଟି ଏପ୍ରିଲ୍ ୧ରୁ ମେ’ ୩୧ ମଧ୍ୟରେ ଶେଷ ହେଉଛି କଂପାନି ସେମାନଙ୍କ ପାଇଁ ଏହି ସୁବିଧାର ଲାଭକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର