ଆର୍‌ଏମ୍‌ଆର୍‌ସି ଭୁବନେଶ୍ବରରେ ରେକର୍ଡ : ୨୦ ଦିନରେ ୧୦ହଜାର କୋଭିଡ ନମୁନା ପରୀକ୍ଷା

ଭୁବନେଶ୍ବର : ଆରଏମ୍‌ଆରସିକୁ ଆସିଥିବା କୋବାସ୍ ପରୀକ୍ଷା ମେସିନ୍‌ ଗତ ୨୦ ଦିନରେ ୧୦ ହଜାର ପରୀକ୍ଷା କରିପାରିଛି। ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ଦିଗରେ ଆରଏମ୍‌ଆରସିର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିବା ବେଳେ ସଂସ୍ଥା ଏକ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୩୪୭୮ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ କେବଳ କୋବାସ୍‌ ମେସିନ୍‌ରେ ୧୦ ହଜାର ପରୀକ୍ଷା କରାଯାଇଛି। ରାଜ୍ୟର ଆରଏମ୍‌ଆରସିକୁ ମିଶାଇ ୮ଟି ସ୍ଥାନରେ କୋଭିଡ ନମୁନା ପରୀକ୍ଷା ହେଉଥିବା ବେଳେ ଆଗକୁ ଆହୁରି ୧୧ଟି ସ୍ଥାନରେ ନମୁନା ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି।

ସମ୍ବନ୍ଧିତ ଖବର