ମେଲ୍‌ରେ ‘ରିପ୍ଲାଏ ଅଲ୍‌’ ସମସ୍ୟାର ସମାଧାନ ଆଣିଲା ମାକ୍ରୋସଫ୍‌ଟ

ନୂଆଦିଲ୍ଲୀ: ଇ-ମେଲ୍‌ ସହ ଅଭ୍ୟସ୍ତ ଥିବା ଲୋକମାନେ ‘ରିପ୍ଲାଏ ଅଲ୍‌’ ସମସ୍ୟାକୁ ନେଇ ଚିନ୍ତିତ ଥିଲେ। କୌଣସି ଏକ ମେଲ୍‌ ଯଦି ଏକାଧିକ ବ୍ୟକ୍ତିଙ୍କ ପାଖକୁ ପଠାଯାଇଥାଏ ଏବଂ ସେମାନଙ୍କ ମଧ୍ୟରୁ ଯଦି କେହି ଜଣେ ଭୁଲ୍‌ରେ ରିପ୍ଲାଏ ଅଲ୍‌କୁ ବ୍ୟବହାର କରନ୍ତି ତେବେ ଅଯଥାରେ ଅନେକ ଲୋକଙ୍କ ଇନ୍‌ ବକ୍ସରେ ନୂଆ ମେଲ୍ ପହଞ୍ଚିଯାଏ। ଏହି ସମସ୍ୟାର ସମାଧାନ ବାଟ ବାହାର କରିଛି ମାଇକ୍ରୋସଫ୍ଟ। ଅଫିସ୍‌ ୩୬୫ରେ କଂପାନି ତରଫରୁ ‘ରିପ୍ଲାଏ ଅଲ୍‌ ଷ୍ଟ୍ରମ୍ ପ୍ରୋଟେକ୍ସନ’ ବୈଶିଷ୍ଟ୍ୟ ଲାଗୁ କରିଛି।

ଯଦି କୌଣସି ବ୍ୟକ୍ତି ଦିନକୁ ୧୦ରୁ ଅଧିକ ଥର ରିପ୍ଲାଏ ଅଲ୍‌ ବିକଳ୍ପକୁ ବ୍ୟବହାର କରିବେ କିମ୍ବା ଘଣ୍ଟାକ ଭିତରେ ୫୦୦୦ରୁ ଅଧିକ ଲୋକଙ୍କୁ ରିପ୍ଲାଏ କରିବେ ତେବେ ତାହା ପରବର୍ତୀ ରିପ୍ଲାଏଗୁଡ଼ିକୁ ବ୍ଲକ୍ କରିଦେବ। ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ରିପ୍ଲାଏ ସୁବିଧା ବ୍ଲକ୍ ହୋଇଯିବ। ତେବେ ଛୋଟ ସଂସ୍ଥାଗୁଡ଼ିକ ପାଇଁ ଏହି ବ୍ୟବସ୍ଥାରେ ପରିବତର୍ନ୍ତନ ଅଣାଯିବ ବୋଲି ମଧ୍ୟ ମାଇକ୍ରୋସଫ୍ଟ ଏହାର ବ୍ଲଗ୍‌ରେ ଅବଗତ କରିଛି।

ସମ୍ବନ୍ଧିତ ଖବର