ଫେଡ୍‌କପ୍ ପୁରସ୍କାର ରାଶିକୁ ଦାନ କଲେ ସାନିଆ

ହାଇଦ୍ରାବାଦ: ଭାରତୀୟ ଟେନିସ୍ ସୁନ୍ଦରୀ ସାନିଆ ମିର୍ଜା ‘ଫେଡ୍ କପ୍ ହାର୍ଟ’ ପୁରସ୍କାର ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ମୋଟ ୧୬୯୯୫ ଖଣ୍ଡ ଭୋଟରୁ ୧୦,୦୦୦ରୁ ଅଧିକ ଭୋଟ ପାଇ ଏସିଆ/ଓସେନିଆ ‌ଜୋନ୍‌ରେ ସେ ଏହି ପୁରସ୍କାର ହାସଲ କରିଛନ୍ତି। ‘ଫେଡ୍ କପ୍ ହାର୍ଟ’ ପୁରସ୍କାରର ବିଜେତା ପ୍ରଶଂସକଙ୍କ ଅନଲାଇନ୍ ଭୋଟରୁ ବଛା ଯାଇଥାଏ।

ଏଥିରୁ ୬୦ ପ୍ରତିଶତରୁ ଅଧିକ ଭୋଟ ପାଇବା ପରେ ଭାରତ ବାହାରେ ମଧ୍ୟ ସାନିଆଙ୍କର ଯେ ଢେର ଲୋକପ୍ରିୟତା ରହିଛି, ତାହା ପ୍ରମାଣିତ ହୋଇଛି। ତେବେ ୩୩ ବର୍ଷୀୟ ସାନିଆ ଏହି ବାବଦରେ ଜିତିଥିବା ୨,୦୦୦ ଡଲାର ବା ପାଖାପାଖି ୧ ଲକ୍ଷ ୪୦ ହଜାର ଟଙ୍କା କରୋନା ମୁକାବିଲା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ଦେଇ ନିଜ ମହାନତାର ପରିଚୟ ଦେଇଛନ୍ତି। ଏଥିଲାଗି ଚାରିଆଡ଼ୁ ତାଙ୍କୁ ପ୍ରଶଂସାର ସୂଅ ଛୁଟିଛି।

ସମ୍ବନ୍ଧିତ ଖବର