ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ନିବେଶକଙ୍କୁ ଆକୃଷ୍ଟ ପାଇଁ ରୋଡ୍‌ ସୋ’

ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆଦିଲ୍ଲୀରେ ଏକ ପୁଞ୍ଜିନିବେଶ ରୋଡ୍‌ ସୋ’ଅନୁଷ୍ଠିତ ହୋଇଛି। ମେକ୍‌ ଇନ୍‌ ଓଡ଼ିଶାର ଶିଳ୍ପ ପାର୍ଟନର ଫେଡେରେସନ୍‌ ଅଫ ଇଣ୍ଡିଆନ ଚାମର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ବା ଫିକି ସହୟତାରେ ଏହି ସୋ’ଅନୁଷ୍ଠିତ ହୋଇଥିଲା। ଏହି ସୋ’ରେ ଉଦ୍‌ବୋଧନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଲେ, ରାଜ୍ୟରେ ପ୍ରାଥମିକତା ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟସେବା ଅଭିବୃଦ୍ଧିରେ ସରକାରୀ ଓ ଘରୋଇ କମ୍ପାନିଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏହି ଅବସରରେ ନିବେଶକଙ୍କୁ ପିପିପି ମୋଡରେ ଝାରସୁଗୁଡ଼ାଠାରେ ପ୍ରସ୍ତାବିତ କର୍କଟ ହସ୍ପିଟାଲର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଥିବା ନିବେଶ ସୁଯୋଗକୁ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ଲାନିଂ ଓ କନଭର୍ଜେନ୍ସ ବିଭାଗର ପ୍ରମୁଖ ସଚିବ(ପିପିପି ଏବଂ ପିଏମ୍‌) ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ ମେହେର୍ଦା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର