ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରାବାସ ଶୌଚାଳୟରୁ ଖସିଲା ପଲସ୍ତରା 

ଗୋପାଳପୁର: ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବଂଶଧାରା ଛାତ୍ରାବାସ ଶୌଚାଳୟରୁ ପଲସ୍ତରା  ଖସିଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ଦୀର୍ଘ ୫ ବର୍ଷ ହେଲା ଛାତ୍ରାବାସ ରୁମ୍ ଗୁଡ଼ିକର ଛାତ ଫାଟି ଯାଇଛି। କେଉଁ ମୁହୂର୍ତ୍ତରେ କ’ଣ ହେବ କିଛି କହି ହେବ ନାହିଁ। ଦୁର୍ବଳ ରହିଥିବା ସ୍ଥାନରୁ ସିମେଣ୍ଟ ପଲସ୍ତରା ଖସୁଥିବା ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି। ଏଣୁ ଅନ୍ତେବାସୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଠିକ୍‌ ଭାବେ ମରାମତି କରାଯାଉ ନଥିବାରୁ ପୁଣିଥରେ ଛାତ ଫାଟି ଯାଉଛି ବୋଲି ଅଭିଯୋଗ ହୋଇଛି। ଆଜି ଶୌଚାଳୟ ଛାତରୁ ପଲସ୍ତରା ଖସିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଛାତ ମରାମତି କରିବାକୁ ଅନ୍ତେବାସୀ ଦାବି କରିଛନ୍ତି। ଏ ନେଇ ହଷ୍ଟେଲ୍‌ ୱା‌ର୍ଡ଼େନ୍‌ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ ବେଳେ ଏ ନେଇ ଯେ କୌଣସି ଅନ୍ତେବାସୀ ଅଭିଯୋଗ କରି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର