ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ୪ କୋଟି ୪୫ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ବର : ‘ଫନି’ ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଦେଇଛନ୍ତି। ସମୁଦାୟ ୪ କୋଟି ୪୫ଲକ୍ଷ ଟଙ୍କା ରିଲିଫ୍ ପାଣ୍ଠିକୁ ଦାନ ଦିଆଯାଇଛି। ଓଡ଼ିଶା ଆଗ୍ରୋ ଇଣ୍ଟଷ୍ଟ୍ରିଜ୍ କର୍ପୋରେସନ୍ ପକ୍ଷରୁ ୧କୋଟି, ନାଲକୋ କର୍ମଚାରୀ ସଂଘ ପକ୍ଷରୁ ୨କୋଟି ୫୩ଲକ୍ଷ ୮ହଜାର ୧୦୮ଟଙ୍କା, ମାସନ ଇଷ୍ଟେଟ୍ ୧ଲକ୍ଷ ଟଙ୍କା, ମନ୍ତ୍ରୀ ବିକ୍ରମ ଆରୁଖ ୩ଲକ୍ଷ ଟଙ୍କା, ଭଞ୍ଜନଗର ବିଆଇଡିଇସିଏ ପକ୍ଷରୁ ସନ୍ତୋଷ କୁମାର ଗୌଡ଼ ୨ଲକ୍ଷ ଟଙ୍କା, କାଳୀ ପ୍ରସାଦ ସ୍ବାଇଁ ୬୪ ହଜାର ୩୨୫ ଟଙ୍କା, ମହାନ୍ତି ମେଡିକାଲ ଷ୍ଟୋର ପକ୍ଷରୁ ଦେବବ୍ରତ ମହାନ୍ତି ୫୦ ହଜାର ଟଙ୍କା, ପ୍ରମୋଦ କୁମାର ପାତ୍ର ୧୦ ହଜାର ଟଙ୍କା, ପାଇଓନିର ମୋବାଇଲ ମିଲିଟେଡ୍ ପକ୍ଷରୁ ୧୦ଲକ୍ଷ ଟଙ୍କା, ଏମ୍‌ଜିଏମ୍‌ ମିନେରାଲ ଲିମିଟେଡ୍ ପକ୍ଷରୁ ୫୦ଲକ୍ଷ ଟଙ୍କା, ଫୁଲବାଣୀ ରଙ୍ଗୁଣୀ ସମାଜ ୫ ହଜାର ୫୧ଟଙ୍କା, କନ୍ଧମାଳର ସମାଜସେବୀ ସଂସ୍ଥା ସ୍ବାତୀ ପକ୍ଷରୁ ୧୦ହଜାର ଟଙ୍କା, ଓଏଏସ୍ ଆସୋସିଏସନ୍ ୫ଲକ୍ଷ, ହୋଟେଲ ପୁଷ୍ପକ ୨ଲକ୍ଷ, ଭୁବନେଶ୍ବର ତାମିଲ ସଂଘ ୧ଲକ୍ଷ, ନବଜାତ ପ୍ରିଣ୍ଟର୍ସ(ଧରିତ୍ରୀ) ପକ୍ଷରୁ ଆଦ୍ୟାଶା ଶତପଥୀ ୩ଲକ୍ଷ ଟଙ୍କା, ହିଞ୍ଜିଳି ପଞ୍ଚାୟତ ସମିତି ପକ୍ଷରୁ ୨ଲକ୍ଷ ୨ହଜାର ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା ପାଇଁ ସହୃଦୟର ସହିତ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର