ସାମୟିକ ଭାବେ ଆଠ ମାସ ବନ୍ଦ ରହିବ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ପ୍ରଭାବିତ ହେବେ ଯାତ୍ରୀ!

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ରନ୍‌ୱେ ଦିନକୁ ଦିନ ଖରାପ ହେବାକୁ ଯାଉଛି। ଏଥିପାଇଁ ଏହାର ମରାମତିର ଆବଶ୍ୟକତା ଅଛି। ତେଣୁ ବିମାନବନ୍ଦର କର୍ତ୍ତୃପକ୍ଷ ଆଗାମୀ ଦିନରେ ସାମୟିକ ଭାବେ ଆଠମାସ ପାଇଁ ଏହାକୁ ବନ୍ଦ ରଖିବାକୁ ଚିନ୍ତା କରୁଛନ୍ତି। ବିମାନବନ୍ଦର ସଂପୂର୍ଣ୍ଣ ରୂପେ ବନ୍ଦ ରହିବ ନାହିଁ। ଏହାର ଉନ୍ନତି ପାଇଁ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ପ୍ରାୟ ୫ ମାସ ରାତିରେ ଓ ୩ ମାସ ଦିନର ବିମାନବନ୍ଦର ବନ୍ଦ ରହିବ। ଫଳରେ ଯାତ୍ରୀମାନେ ପ୍ରଭାବିତ ହେବେ ବୋଲି ପୂର୍ବାନୁମାନ କରାଯାଉଛି।

ବିମାନବନ୍ଦରକୁ ଯୋଡୁଥିବା ‘ରନ୍‌ୱେ’ର ରିକାର୍ପେଟିଂ ପାଇଁ ଦୁଇଟି ପର୍ଯ୍ୟାୟରେ ଉଭୟ ରାତି ଓ ଦିନରେ ୮ ମାସ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଆଗାମୀ ନଭେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ ଯାଏ ରାତି ୧୦ରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନବନ୍ଦର ରହିବ। ସେହିପରି ୨୦୨୦ ଏପ୍ରିଲ ୧ରୁ ଜୁନ ୩୦ ଯାଏଁ ବିମାନବନ୍ଦର ପୂର୍ବାହ୍ଣ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ।

ବିମାନବନ୍ଦର ଚଳାଚଳ ସମୟରେ ରିକାର୍ପେଟିଂ କାମ ବନ୍ଦ ରହିବ ବୋଲି ବିମାନବନ୍ଦରର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଶେଷ ଥର ପାଇଁ ବିମାନବନ୍ଦରର ରନେଓ୍ଵ ରିକାର୍ପେଟିଂ ୨୦୦୭ରେ ହୋଇଥିଲା। ଏହି କାମ ପ୍ରତି ୧୦ ବର୍ଷରେ ଥରେ ଏହା କଥା କିନ୍ତୁ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ରିକାର୍ପେଟିଂ ହୋଇ ନଥିବାରୁ ରନ୍‌ୱେର ପିଚୁ ଉଠିଯାଉଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ରିକାର୍ପେଟିଂ ହେବ। ସୂଚନାଯୋଗ୍ୟ ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ଦୈନିକ ୩୯ଟି ବିମାନ ଚଳାଚଳ କରୁଛି।

ସମ୍ବନ୍ଧିତ ଖବର