କୋଭିଡ ସନ୍ଦେହରେ ଶବ ଛୁଇଁଲେନି ସାହି ବାସିନ୍ଦା

ଚଣ୍ଡିଖୋଲ/ ବଡ଼ଚଣା : ବଡ଼ଚଣା ବ୍ଲକ ସୁଙ୍ଗୁଡା ପଞ୍ଚାୟତ ଖୋସାଲିପୁର ଗ୍ରାମର ଜଣେ ୮୫ ବର୍ଷର ବୃଦ୍ଧଙ୍କ ଶୁକ୍ରବାର ମୃତ୍ୟୁ ଘଟିଥିଲା। ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ସାହିଭାଇ ଶବ ଛୁଇଁଲେନି କି ସତ୍କାର କାର୍ଯ୍ୟରେ ସାମିଲ ହେଲେନି । ଏହି ଖବରପାଇ ସରପଞ୍ଚଙ୍କ ସ୍ୱାମୀ ସଞ୍ଜୟ କୁମାର ସ୍ୱାଇଁ ଓ ସାମ୍ବାଦିକ ପ୍ରଶାନ୍ତ କୁମାର ଜେନା ପହଞ୍ଚି ଶବ ସତ୍କାର କାର୍ଯ୍ୟରେ ସହଯୋଗ କରିଥିଲେ।

ସୂଚନା ମୁତାବକ ୱାର୍ଡସଭ୍ୟା ରୀନା ମଲ୍ଲିକ ଓ ତାଙ୍କ ସ୍ୱାମୀ କୋଭିଡ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ରହିଥିଲେ। ସେମାନେ ୧୦ ଦିନ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ତେବେ ରୀନାଙ୍କ ଶ୍ୱଶୁର ମୂଷା ମଲ୍ଲିକ (୮୫)ଙ୍କ ଆଜି ପରଲୋକ ଘଟିଥିଲା । କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ସାହିଲୋକେ ଶବ ସତ୍କାର ପାଇଁ ଆସି ନଥିଲେ।

ସମ୍ବନ୍ଧିତ ଖବର