ବାଲେଶ୍ୱର ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ‘ସମ୍ବାଦ-ଆମ ଓଡ଼ିଶା’ର ‘ଆମ ପାଞ୍ଜି’ ଉନ୍ମୋଚିତ

ବାଲେଶ୍ବର: ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ର ‘ଆମ ପାଞ୍ଜି’ ବାଲେଶ୍ବର ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି। ୨୦୨୨-୨୩ ବର୍ଷ ପାଇଁ ପ୍ରକାଶିତ ‘ଆମ ପାଞ୍ଜି’ରେ ସମସ୍ତେ ବୁଝିଲା ପରି ସରଳ ଭାଷାରେ ତିଥି, ବାର, ନକ୍ଷତ୍ର, ଶ୍ରାଦ୍ଧ, ପୁଷ୍କର, ବିବାହବ୍ରତ, ଶୁଭାଶୁଭ ଆଦି କର୍ମ ସଂପର୍କରେ ଉଲ୍ଲେଖ ରହିଛି। ଅନ୍ୟ ପାଞ୍ଜିଠାରୁ ଏହାର ମୂଲ୍ୟ ମଧ୍ୟ ବହୁତ କମ୍‌। ଦାମ୍ ମାତ୍ର ୩୦ ଟଙ୍କା ରହିଛି। ସହଜ ଓ ବୋଧଗମ୍ୟ କାରଣରୁ ଏହି ପାଞ୍ଜି ଜନସାଧାରଣରେ ଗ୍ରହଣୀୟ ହେବା ସହ ବହୁଳ ଭାବେ ଆଦୃତି ଲାଭ କରିଛି।

ପାଞ୍ଜି ଉନ୍ମୋଚନ କାର୍ଯ୍ୟକ୍ରମରେ ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁ, ବାର୍ତ୍ତା ବିଭାଗର ସୁଦାମବନ୍ଧୁ ଭଟ୍ଟମିଶ୍ର, ମନୋଜ ବିଶ୍ବାଳ, କବିତା ପାତ୍ର, ପ୍ରସାରଣ ବିଭାଗର ଦାଶରଥୀ ଜେନା, ପ୍ରିୟରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ‘ଆମ ପାଞ୍ଜି’ ନେବା ଲାଗି ଆଗ୍ରହୀ ବ୍ୟକ୍ତିବିଶେଷ ‘ସମ୍ବାଦ’ ବାଲେଶ୍ବର ସଂସ୍କରଣର ପ୍ରସାରଣ ଅଧିକାରୀ ବିରଞ୍ଚି ନାରାୟଣ ପାଢ଼ୀ (୯୪୩୮୫ ୬୫୨୬୦)ଙ୍କ ସହ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର