ଶେଷ ହେଲା ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା

ଭୁବନେଶ୍ୱର: ରବିବାର (ସେପ୍ଟେମ୍ବର ୮ ତାରିଖ) ପୂର୍ବାହ୍ନରେ ଆରମ୍ଭ ହୋଇଥିବା ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଇତିମଧ୍ୟରେ ଶେଷ ହୋଇଛି।

ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ରାଜ୍ୟର ୪୦୦ଟି କେନ୍ଦ୍ରରେ ଚାଲିଥିବା ଏହି ପ୍ରତିଯୋଗିତା ସୁରୁଖୁରୁରେ ସମାପନ ହୋଇଛି।

ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବସିଥିଲେ ହସ୍ତାକ୍ଷର ଲିଖନ ପ୍ରତିଯୋଗିତାରେ। ଅଷ୍ଟମରୁ ଦଶମ ଶ୍ରେଣୀଯାଏଁ ଛାତ୍ରଛାତ୍ରୀମାନେ ଭାଷାଜ୍ଞାନ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଏବେ ବିଚାରକମାନେ ପ୍ରତିଯୋଗିତା ଖାତା ମୂଲ୍ୟାୟନ କରୁଛନ୍ତି। ମୂଲ୍ୟାୟନ ପରେ ପରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯିବ।

ପ୍ରତିଯୋଗିତାରେ ବ୍ଲକ୍‌ ଓ ଜୋନ୍‌ ସ୍ତରରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ, ସେମାନଙ୍କୁ ଆଉଥରେ ପରୀକ୍ଷା ଦେବାକୁ ପଡ଼ିବନି। ସେମାନଙ୍କ ଖାତାକୁ ଦକ୍ଷ ବିଚାରକମାନଙ୍କ ଦ୍ବାରା ପୁନଃମୂଲ୍ୟାୟନ କରି ପ୍ରତି ବିଭାଗରେ ତିନି ଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ଘୋଷଣା କରାଯିବ। ଏହି ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୪ରେ ଆୟୋଜନ ହେବାକୁ ଥିବା ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ରାଜ୍ୟସ୍ତରୀୟ ବିଜେତାମାନଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର