ବାବ୍ରି ମସଜିଦ୍‌ ଉପରେ ମତ ରଖିଲେ ଶଙ୍କରାଚାର୍ଯ୍ୟ : ‘ପାଞ୍ଚ ଏକର ଜମି ନୁହେଁ, ଆତଙ୍କବାଦକୁ ପ୍ରୋତ୍ସାହନ’

ଭୁବନେଶ୍ବର : ଅଯୋଧ୍ୟାରେ ବାବ୍ରି ମସଜିଦ୍ ନିର୍ମାଣ ନେଇ ସରକାର ୫ଏକର ଜମି ଯୋଗାଇ ଦେବା ଘଟଣାରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଆପତ୍ତି ଉଠାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିରେ ସେ ଗଭୀର ମର୍ମାହତ ବୋଲି କହିଛନ୍ତି।

ସେ କହିଛନ୍ତି ଦେଶ ବିଭାଜନ ପରେ ମୁସଲମାନମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇଥିଲା। ଏବେ ସେମାନଙ୍କୁ ଖୁସି କରାଇବା ଆଳରେ ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଯାଉଛି। ସରକାରଙ୍କ ଏହି ନିଷ୍ପତ୍ତିରେ ଦେଶରେ ଆତଙ୍କବାଦ ଓ ଅରାଜକତା ଦେଖାଯିବ। କିସ୍‌ ଶ୍ରୀବାଣୀ କ୍ଷେତ୍ର ପରିସରରେ ଆଜି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ମତ ରଖି ବିଦେଶୀଙ୍କ କୁଟନୀତି ପରେ ଏବେ ବିକାଶ ନାମରେ ସରକାର ବିକୃତ ଭାଇଚାରା ନୀତି ଆପଣାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ଅଯୋଧ୍ୟା ପରି ପ୍ରାଚୀନ ଧାର୍ମିକ ସ୍ଥଳ ନିକଟରେ ମସଜିଦ୍ ନିର୍ମାଣ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଗାଦି ଲୋଭରେ କ‌ୌଣସି ନିଷ୍ପତ୍ତି ନେବା ପୂର୍ବରୁ ତର୍ଜମା କରିବା ଦରକାର। ଏନେଇ ପୁନର୍ବିଚାର ହେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର