ଫାର୍ମାସିଷ୍ଟ ପଜିଟିଭ୍‌ ଚିହ୍ନଟ ପରେ ଝାରମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ୍‌ କଲେ ସରପଞ୍ଚ

ଝାରସୁଗୁଡ଼ା: କର୍ମିରା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବାଗଡ଼ିହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟଙ୍କ ସ୍ୱାବ୍‌ ନମୁନା ପରୀକ୍ଷା ପରେ ପଜିଟିଭ୍‌ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳକୁ ସଟ୍‌ଡାଉନ୍‌ କରାଯାଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଝାରମୁଣ୍ଡା ପଞ୍ଚାୟତର ଛେଲିଆପଡ଼ା ଠାରେ ଥିବାରୁ ଝାରମୁଣ୍ଡା ସରପଞ୍ଚ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଝାରମୁଣ୍ଡା ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସଟ୍‌ଡାଉନ୍‌ ସମୟରେ ସକାଳ ୮ ଟାରୁ ୧୦ ରାସନ ଦେକାନ ଏବଂ ସକାଳ ୭ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଔଷଧ ଦୋକାନ ଖୋଲା ରହିବ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି।

ସରପଞ୍ଚ ନଟବର ଅଗ୍ରୱାଲ କହିଛନ୍ତି ଯେ, ଆମେ ଗତକାଲି ୪ ଟାରେ ସ୍ଥାନୀୟ ଫାର୍ମାସିଷ୍ଟଙ୍କ ସ୍ୱାବ୍‌ ନମୁନା ପରୀକ୍ଷା ପରେ ପଜିଟିଭ୍‌ ରିପୋର୍ଟ ଆସିଥିବା ଶୁଣିଥିଲୁ। ସଂପୃକ୍ତ ଫାର୍ମାସିଷ୍ଟ ବଗଡିହି ଅଞ୍ଚଳର ପ୍ରତ୍ୟକ ଲୋକଙ୍କ ସହିତ ମିଳାମିଶା କରିଥିବା ବେଳେ ଗତ ୪/୫ ଦିନ ମଧ୍ୟରେ ସେ ୨ ଶହରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ରୋଗୀ ସେବା କରିଥିବା କହିଛନ୍ତି।

ପଂଚାୟତରେ ଅଧିକ ସଂକ୍ରମଣର ଆଶଙ୍କା ଥିବାରୁ ଏହି ପଞ୍ଚାୟତକୁ ସେ ୭ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଫାର୍ମାସିଷ୍ଟଙ୍କ ପରିବାର ସଦସ୍ୟଙ୍କୁ ନେଇ କର୍ମିରା କୋଭିଡ୍‌ କେୟାର ସେଣ୍ଟାରେ ରଖିଥିବା କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରି କିଭଳି ଏମାନଙ୍କ ପରୀକ୍ଷା କରାଯାଇ ପାରିବ ସେ ନେଇ ଉପଜିଲ୍ଲାପାଳ କର୍ମିରା ଠାରେ ଆଲୋଚନା ଜାରି ରଖିଥିବା ସରପଞ୍ଚ ଶ୍ରୀ ଅଗ୍ରୱାଲ କହିଛନ୍ତି।

ସମ୍ବନ୍ଧିତ ଖବର