ଖଦୀ ବୋର୍ଡରେ ଦୁର୍ନୀତି ଅଭିଯୋଗ ଆଣିଲେ ବିରୋଧୀ : ହଜାର ଟଙ୍କାର ବାକ୍ସ ୩୦ ହଜାରରେ କାହିଁକି?

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ େବାର୍ଡରେ ବ୍ୟାପକ ଦୁର୍ନୀତି ଅଭିେଯାଗ ଉଠିଛି। ଆଜି ବିଧାନସଭା ଶୂନ୍ୟକାଳରେ ବିେରାଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏକ ବୈଧାନିକ ପ୍ରଶ୍ନ ଉତ୍ଥାପନ ଆଳରେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କହିଥିଲେ, ୨୦୧୭ରେ ତତ୍କାଳୀନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ େଯ ଏହି େବାର୍ଡକୁ ୩୯.୯୪ େକାଟି ଟଙ୍କା ମିଳିଥିଲା।ପରେ େକନ୍ଦ୍ର ସରକାରଙ୍କ ଆେୟାଗ ୪୬ େକାଟି ୨୮ଲକ୍ଷ ଟଙ୍କା େଦଇଥିଲେ। ଅର୍ଥାତ୍ ୨୦୧୪ରୁ ୨୦୧୭ ମଧ୍ୟରେ େବାର୍ଡକୁ ୮୬ େକାଟି ଟଙ୍କା ମିଳିଥିଲା।

ହେଲେ ଏହି ଅର୍ଥ କୁଆଡେ ଗଲା କେହି ଜାଣିପାରୁନାହାନ୍ତି। ମହୁ ଚାଷ ଓ ଖଦୀର ବିକାଶ ପାଇଁ ଆସିଥିବା ଏହି ଅର୍ଥକୁ ହରିଲୁଟ୍ କରାଯାଉଛି। ୨୦୧୮ ମେ’ ମାସରେ ପ୍ରକାଶ ପାଇଥିବା ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି, ରାଜ୍ୟରେ ମାତ୍ର ୧୨ଶହ ମହୁ ଚାଷୀ ତାଲିମ ପାଇଛନ୍ତି। କିନ୍ତୁ ୪୮୦ ଜଣ ଚାଷୀଙ୍କୁ ମିଳିଛି ୨୪୦୦ଟି ମହୁବାକ୍ସ। େଯଉଁ ମହୁବାକ୍ସ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ ହେବ, େସଠାରେ େଗାଟା ୩୦ହଜାର ଟଙ୍କା ଲେଖାଏଁ େକାଟେସନକୁ ଅନୁେମାଦନ ଦିଆଯାଇଛି।

ଶ୍ରୀ ନାୟକ ଆହୁରି କହିଥିଲେ, ମହୁଚାଷୀଙ୍କ ତାଲିମ ଦେବା ନାଁରେ ଦୁର୍ନୀତି େହାଇଛି। ମିଛ ଚାଷୀଙ୍କ ନାମ ଦିଆଯାଇଛି। କେବଳ ସେତିକି ନୁେହଁ, ଖଦୀ େପାଷାକ ମାତ୍ର ୩ େକାଟି ୫୮ଲକ୍ଷ ଟଙ୍କାର ବିକ୍ରି େହାଇଛି। େଗାଟିଏ ସଂସ୍ଥା ୩ ବର୍ଷରେ ୮୬ େକାଟି ଅନୁଦାନ ପାଇବ ଓ ୩ େକାଟି ଟଙ୍କା ବିକ୍ରି କରିବ େକମିତି େବାଲି ବିେରାଧୀ ଦଳ ନେତା ପ୍ରଶ୍ନ ଉଠାଇଥିଲେ। କିଛି େବନାମୀ ବିଜ୍ଞାପନ ସଂସ୍ଥା, କନସଲ୍ଟଟାନ୍ସି କଂପାନି ନାଁରେ ବିଲ କରି ଏହି ଅର୍ଥ ଲୁଟ୍ େହାଇଛି େବାଲି ସେ ଅଭିେଯାଗ କରିଥିଲେ।

ସମ୍ବନ୍ଧିତ ଖବର