ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ: ରାଜ୍ୟରେ ୨୧୭ଟି ମିନି ଷ୍ଟାଡିୟମର କାମ ଚାଲିଛି ବୋଲି କହିଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଆଜି ପ୍ରଶ୍ନୋତ୍ତର କାଳରେ ଗୃହରେ ଉତ୍ତର ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ ଗୃହକୁ ଜଣାଇଛନ୍ତି କି ରାଜ୍ୟରେ ୨୧୭ଟି ମିନି ଷ୍ଟାଡିୟମର  କାମ ଚାଲିିଛି । ୧୧୮ଟି ମିନି ଷ୍ଟାଡିୟମର କାମ ଆରମ୍ଭ ହୋଇଛି । ଆଜି ଷ୍ଟାଣ୍ଡିଂ କମିଟି ୩୮ଟି ବିଭାଗର ଖର୍ଚ୍ଚ ଦାବି ତର୍ଜମା କରି ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ ।

ଏହାସହ ରାଜ୍ୟ ମାନବାଧିକାର କମିସନଙ୍କ ବାର୍ଷିକ ରିପୋର୍ଟ ବି ଆଇନମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ । ୧୩ ଓ ୧୪ ତାରିଖରେ ଗୃହକାର୍ଯ୍ୟ ବନ୍ଦ ରହିବ । ୧୫ ତାରିଖରୁ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହେବ । ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ଆଗତ ହୋଇ ପାରିତ ହେବ । ଆଜି ଆରମ୍ଭ ହେଉଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ ।

ସମ୍ବନ୍ଧିତ ଖବର