ସମାଜସେବୀ ଏଜାଜ୍‌ ଅହେମ୍ମଦ୍‌ ସିଦ୍ଦିକିଙ୍କ ପରଲୋକ

କଟକ : କଂଗ୍ରେସ ନେତା ତଥା ସାମାଜିକ କର୍ମୀ ଏଜାଜ ଅହେମ୍ମଦ ସିଦ୍ଦିକିଙ୍କ (୬୩)ଙ୍କ ଗତ ଗୁରୁବାର ପରଲୋକ ହୋଇଯାଇଛି। ସେ ଗୁରୁତର ଅସୁସ୍ଥ ହୋଇ ବାଙ୍ଗାଲୋର୍‌ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ବାରଙ୍ଗ ବ୍ଲକ୍‌ ସାଇଁସୋ ପଞ୍ଚାୟତ ଅନ୍ତର୍ଗତ ଗବବସ୍ତ ଗ୍ରାମସ୍ଥିତ କବରସ୍ତାନରେ ଇସ୍‌ଲାମ୍‌ ପରମ୍ପରା ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଲ୍ଲୋବାବୁ ଭାବେ ପରିଚିତ ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ସ୍ୱର୍ଗତ ସିଦ୍ଦିକି ଗବବସ୍ତ ବଜାରର ସଭାପତି, ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା ଓ ସମ୍ପାଦକ ସମେତ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଖବର ପାଇ ୩ ହଜାରରୁ ଅଧିକ ଲୋକ ପହଞ୍ଚି ଶେଷଦର୍ଶନ କରିଥିଲେ। କଂଗ୍ରେସ ଦଳ ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର