ସୋଢ଼ା ପାନୀୟରେ ପ୍ଲାଷ୍ଟିକ ଚାମଚ

ପୁରୀ: ପୁରୀରେ ବିକ୍ରି ହେଉଥିବା ମୃଦ୍ୟୁ ପାନୀୟ ସୋଢ଼ାରେ ଅପରିଷ୍କାର ପ୍ଲାଷ୍ଟିକ୍‌ ଚାମଚ ଦେଖିବାକୁ ମିଳିଛି। ଏନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ସନ୍ଧ୍ୟାରେ ବ୍ରହ୍ମଗିରିର ଅନୁଜ କୁମାର ବ‌େହେରା ମାର୍କେଟ ଛକସ୍ଥିତ ଏକ ଦୋକାନରୁ ସାଙ୍ଗମାନଙ୍କ ସହିତ ସୋଢ଼ା କିଣି ପିଉଥିଲେ। ତେବେ ଅନୁଜ ଧରିଥିବା ସୋଢ଼ା ଭିତରେ ଏକ ପ୍ଲାଷ୍ଟିକ୍‌ ଚାମଚ ଥିବା ସାଙ୍ଗମାନେ ଦେଖିଥିଲେ। ଏହା ଦେଖି ଏହି ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୋଢ଼ା ବିକ୍ରି କରିଥିବା ବ୍ୟବସାୟୀଙ୍କୁ ଯୁବକମାନେ ଏନେଇ ପ୍ରଶ୍ନ କରିବାରୁ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ବ୍ୟବସାୟୀ ଜଣକ କହିଥିଲେ। ତେଣୁ ଅନୁଜ ଏନେଇ ଖାଉଟି ଅଦାଲତରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର