ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ : ଜବତ ହେଲା ୯୮ଟି ଗାଡ଼ି

ଭୁବନେଶ୍ବର : ମୋଟର ଯାନ ଆଇନ ଉଲ୍ଲଙ୍ଘନକାରୀ ଯାନବାହନଗୁଡ଼ିକ ବିରୋଧରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଗ୍ରହଣ କରାଯାଇଛି । ଏହି ଅଭିଯାନ ୭ ତାରିଖ ରାତି ୮ଟାରୁ ୮ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ଏହି ଅଭିଯାନ କରାଯାଇଥିଲା । ଏହି ଅଭିଯାନ ବେଳେ ମୋଟ ୧୫୮୫ ଟି ଯାନ ବାହାନକୁ ଯାଞ୍ଚ କରାଯାଇଥିଲା । ଏହା ମଧ୍ୟରୁ  ୯୮ଟି ଯାନକୁ ମୋଟର ଯାନ ଆଇନ ସଂପର୍କିତ ଅପରାଧ ପାଇଁ ଜବତ କରାଯାଇଥିଲା । ସେହିପରି ମୋଟର ଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୨୧୮ଟି ଯାନ ଉପରେ ଜୋରିମାନା ଲଗାଯାଇଥିଲା । ୧୧୦ଟି ଗାଡ଼ିରେ ଓଭରଲୋଡ ଥିବାବେଳେ ୭୮ଟି ଗାଡ଼ି ଦ୍ରୁତ ଗତିରେ ଯାଉଥିଲେ । ଏହି ସବୁ ଗାଡ଼ିଗୁଡ଼ିକ ଉପରେ ଚାଲାଣ କଟାଯାଇଥିଲା । ଆହୁରି ମଧ୍ୟ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ୧୩୯ଟି ଗାଡ଼ିର ଡ୍ରାଇଭରଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲା ।

 

 

ସମ୍ବନ୍ଧିତ ଖବର