ଆଇପିଏଲ : ଗୁଜୁରାଟ ଆଗରେ ୧୯୦ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ମୁମ୍ବାଇ : ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୧୬ତମ ମ୍ୟାଚରେ ଗୁଜୁରାଟ ଆଗରେ ୧୯୦ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ୨୦ ଓଭରରେ ୧୮୯ ରନ କରିଥିଲା । ଦଳ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ସର୍ବାଧିକ ୬୪ ରନ କରିଥିବାବେଳେ ଓପନର ଶିଖର ଧଓ୍ବନ ୩୫ ରନ କରିଥିଲେ । ଜିତେଶ ଶର୍ମା ୨୩ ରନ ଓ ରାହୁଲ ଚହର ୨୨ ରନ କରିଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ବିଶେଷକରି ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ଓ ଜନି ବେୟାରଷ୍ଟୋ ଯଥାକ୍ରମେ ୫ରନ ଓ ୮ ରନରେ ଆଉଟ ହୋଇ ଦଳ ପାଇଁ ବିପଦ ଟାଣି ଆଣିଥିଲେ । ତେବେ ଲିଭିଙ୍ଗଷ୍ଟୋନ ଓ ଶିଖରଙ୍କ ଲଢୁଆ ଇନିଂସ ଦଳକୁ ବିପଦମୁକ୍ତ କରିଥିଲା । ଗୁଜୁରାଟ ପକ୍ଷରୁ ରସିଦ ଖାଁ ୩ଟି ଓ ଦର୍ଶନ ନଲକଣ୍ଡେ ୨ଟି ଓ୍ବିକେଟ ନେଇଥିଲେ ।

 

 

ସମ୍ବନ୍ଧିତ ଖବର