ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

ଭୁବନେଶ୍ୱର: ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ତାନରେ ହୋଇଥିବା ଲଗାଣ ବର୍ଷାରେ ରାଜ୍ୟରେ ଅନେକ ଲୋକ ବାସଗୃହ ହରାଇବା ସହିତ ଫସଲରେ ବି ଅନେକ କ୍ଷୟକ୍ଷତି ହୋଇଛି। ଲୋକମାନଙ୍କ ଲଗାଣ ବର୍ଷା ଜନିତ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏହାକୁ ଆକଳନ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସି ପ୍ରଦୀପ ଜେନା ଶନିବାର ଚିଠି ଲେଖିଛନ୍ତି।

ଏସ୍‌ଆରସି ଏହି ଚିଠିରେ ବାସଗୃହ ଓ ଫସଲ କ୍ଷୟକ୍ଷତି ନେଇ ଆକଳନ କରିବାକୁ ଜିଲ୍ଲାପାଳକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯେଉଁ ଜିଲ୍ଲାରେ ସାମାନ୍ୟ କ୍ଷୟକ୍ଷତି ହୋଇଛି, ସେଠାକୁ ତୁରନ୍ତ ସହାୟତା ପ୍ରଦାନ କରାଯିବାକୁ ଏସ୍‌ଆରସି ଆଜି କହିଛନ୍ତି। ଏହି ସହାୟତା ରାଶି ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ପାଣ୍ଠିର ଗାଇଡଲାଇନ୍ ଅନୁସାରେ ପ୍ରଦାନ କରାଯିବ ବୋଲି ଜଣାଇଛନ୍ତି ଏସଆରସି।

ତେବେ ଏହି ବର୍ଷା ଜନିତ ହୋଇଥିବା କ୍ଷୟକ୍ଷତି ଆକଳନକୁ ଆସନ୍ତା ନଭେମ୍ବର ୪ ତାରିଖ ସୁଦ୍ଧା ଶେଷ କରିବାକୁ ଏସ୍‌ଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷୟକ୍ଷତି ଆକଳନ ରିପୋର୍ଟ ମିଳିବା ପରେ ହିଁ ଅନୁଦାନ ପ୍ରଦାନ କରାଯିବ। ଯେପରି ଆକଳନ ସମୟରେ କ୍ଷୟକ୍ଷତିର ଠିକ ତଥ୍ୟ ମିଳି ପାରିବା ସେଥିପାଇଁ ଘଟଣାସ୍ଥଳକୁ ସୁପରଭାଇଜିଂ କମିଟି ଯିବାର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର