୩୦ରୁ ଚିଲିକାରେ ଶ୍ରୀଜଗନ୍ନାଥ ମହୋତ୍ସବ

ଭୁବନେଶ୍ବର : ଚିଲିକା ହ୍ରଦ ମଧ୍ୟରେ ଅବସ୍ଥିତ କାଙ୍କଣଶିଖରୀ ଦ୍ବୀପ ଓ ନଈରୀ ଗ୍ରାମରେ ଆସନ୍ତା ୩୦ରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହୋତ୍ସବ। ଏହି ଅବସରରେ ନଈରୀ ପଡ଼ିଆରେ ଚତୁର୍ଦ୍ଧା ବିଗ୍ରହଙ୍କ ଲୀଳାକ୍ଷେତ୍ରର ଫଟୋ ପ୍ରଦର୍ଶନୀ, ମହାପ୍ରଭୁଙ୍କ ୨୪ ବେଶ ପ୍ରଦର୍ଶନୀ, ଶ୍ରୀମନ୍ଦିରର ୫୬ ଭୋଗ ଏବଂ ଚତୁର୍ଧା ବିଗ୍ରହଙ୍କ ନବକେଳରବର ଫଟୋ ଓ ଭିଡିଓ ପ୍ରଦର୍ଶନୀ ଦେଖିବାକୁ ମିଳିବ। ଏଥିସହ ଶ୍ରୀଜଗନ୍ନାଥ ପୁସ୍ତକ ମେଳା ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି (ଚିଲିକା) ପକ୍ଷରୁ ଏହା ଅନୁଷ୍ଠିତ ହେବ। ଆଜି ଜୟଦେବ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ଗୋପୀନାଥ ମହାନ୍ତି, ଡ.ଦାଶ ଫାଉଣ୍ଡେସନ୍‌ର ଶିତିକଣ୍ଠ ଦାଶ, ଡ.ସୁଶାନ୍ତ କୁମାର ସାହୁ, ପୀତବାସ ରାଉତରାୟ, ଦେବେନ୍ଦ୍ର କୁମାର ଦାସ, ମାନବେନ୍ଦ୍ର ମହାରଥା, ରିତାରାଣୀ ସାହୁ ଏବଂ ନମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର