ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୩୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮୯୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୨୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୫୬୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
Covid-19 Report For 27th June
New Positive Cases: 3319
In quarantine: 1896
Local contacts: 1423(Details of local contacts will be shared by concerned Dist Administration)
District Wise Cases:
1. Angul: 116
2. Balasore: 397
3. Bargarh: 47
4. Bhadrak: 163
5. Balangir: 10— I & PR Department, Odisha (@IPR_Odisha) June 28, 2021
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧୬ଜଣ, ବାଲେଶ୍ୱରରୁ ୩୯୭ଜଣ, ବରଗଡ଼ରୁ ୪୭ ଜଣ, ଭଦ୍ରକରୁ ୧୬୩ଜଣ, ବଲାଙ୍ଗୀରରୁ ୧୦ ଜଣ, ବୌଦ୍ଧରୁ ୧୬ଜଣ, କଟକରୁ ୫୬୬ଜଣ, ଦେବଗଡ଼ରୁ ୪ଜଣ, ଢେଙ୍କାନାଳରୁ ୬୯ଜଣ, ଗଜପତିରୁ ୧୨ ଜଣ, ଗଞ୍ଜାମରୁ ୧୮ ଜଣ, ଜଗତସିଂହପୁରରୁ ୧୩୦ ଜଣ, ଯାଜପୁରରୁ ୧୯୪ ଜଣ, ଝାରସୁଗୁଡ଼ାରୁ ୧୧ ଜଣ, କଳାହାଣ୍ଡିରୁ ୩୧ ଜଣ, କନ୍ଧମାଳରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୧୩୪ଜଣ, କେଉଁଝରରୁ ୬୫ଜଣ, ଖୋର୍ଦ୍ଧାରୁ ୪୪୦ ଜଣ, କୋରାପୁଟରୁ ୫୯ ଜଣ, ମାଲକାନଗିରିରୁ ୭୧ଜଣ, ମୟୁରଭଞ୍ଜରୁ ୧୯୯ଜଣ, ନବରଙ୍ଗପୁରରୁ ୩୯ ଜଣ, ନୟାଗଡ଼ରୁ ୧୧୧ଜଣ, ନୂଆପଡ଼ାରୁ ୪ ଜଣ, ପୁରୀରୁ ୧୭୫ଜଣ, ରାୟଗଡ଼ାରୁ ୪୩ଜଣ, ସମ୍ୱଲପୁରରୁ ୨୯ଜଣ, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୩୬ ଓ ଷ୍ଟେଟ ପୁଲରୁ ୯୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୦୩ ,୭୮୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮,୬୭,୪୦୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୨, ୪୦୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।