ଉଚ୍ଚଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି : ଭାଙ୍ଗିଲା ସମସ୍ତ ବେସରକାରୀ ଡିଗ୍ରି କଲେଜର ପରିଚାଳନା କମିଟି

ଭୁବନେଶ୍ବର:  କଲେଜ ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗିଛନ୍ତି ରାଜ୍ୟ ସରକାର । ସବୁ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜର ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ବିଜ୍ଞପ୍ତି ଜାରି କରିବା ସହ ତତକ୍ଷଣାତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଏଡିଏମ୍ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ସେହିଭଳି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଜ ଗୁଡିକରେ ଉପ-ଜିଲ୍ଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ରହିବେ । ତେବେ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଗଠନ ହୋଇଥିବା କଲେଜଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି ।

ଏହାପୂର୍ବରୁ ଗତକାଲି କଲେଜର ପରିଚାଳନା ପରିଷଦରେ କୌଣସି ନେତା କି ସ୍ଥାନୀୟ ବିଧାୟକ ରହିବେ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଥିଲେ । କଲେଜ ପରିଚାଳନା ପରିଷଦରେ କୌଣସି ନିର୍ବାଚିତ ନେତାଙ୍କ ବଦଳରେ ଶିକ୍ଷାବିତ୍, ଅଭିଭାବକ ଓ ପୂର୍ବତନ ଛାତ୍ରଙ୍କୁ ଗଭର୍ଣ୍ଣିଂ ବଡିର ସଦସ୍ୟ ଭାବେ ସ୍ଥାନ ଦିଆଯିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ । ଆଉ ମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ  ଆଜି କିଛି ବିଧାୟକ ନାପସନ୍ଦ ମଧ୍ୟ କରିଥିଲେ ।

ସମ୍ବନ୍ଧିତ ଖବର