ଚ‌ାଷୀଙ୍କୁ ଋଣ ଦେବାକୁ ବ୍ୟାଙ୍କ କୁନ୍ଥକୁନ୍ଥ

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ, ଅସନ୍ତୋଷ ଝାଡ଼ଲେ ଅର୍ଥମନ୍ତ୍ରୀ, ସଚିବ, ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଖୋଲିବ

ଭୁବନେଶ୍ବର : କୃଷକମାନଙ୍କର ଆୟକୁ ବହୁଗୁଣିତ କରିବା ନିମନ୍ତେ ବ୍ୟାଙ୍କମାନେ କୃଷି ଓ ଆନୁଷଙ୍ଗିକ କୃଷି ଯଥା ଗୋପାଳନ, ମତ୍ସ୍ୟଚାଷ କ୍ଷେତ୍ରଗୁଡ଼ିକରେ ଅଧିକ ପରିମାଣର ଋଣ ଦିଅନ୍ତୁ। ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୫୪ତମ ତ୍ରୈମାସିକ ବୈଠକରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ େବହେରା ଏଭଳି ଚାପ ରଖିଛନ୍ତି। ମନ୍ତ୍ରୀ କହିଥିଲେ େଯ କୃଷି କ୍ଷେତ୍ରରେ ଡିସେମ୍ବର ୨୦୧୮ ସୁଦ୍ଧା ଆନୁଆଲ କ୍ରେଡିଟ୍‌ ପ୍ଲାନର ଧାର୍ଯ୍ୟଲକ୍ଷ୍ୟ ସନ୍ତୋଷଜନକ ନୁେହଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ବ୍ୟାଙ୍କମାେନ ମଧ୍ୟ ଏ ଦିଗରେ ତତ୍ପରତା େଦଖାଇବା ଉଚିତ୍। ଏଥି ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ଋଣ ପ୍ରଦାନର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ସହିତ କଳିଙ୍ଗ ଶିକ୍ଷାସାଥୀ ଯୋଜନାରେ ଉଚ୍ଚଶିକ୍ଷା ନିମନ୍ତେ ଅଧିକ ଋଣ ପ୍ରଦାନ ଦିଗରେ ମନ୍ତ୍ରୀ ଗୁରୁତ୍ୱାରୋପ କରାଯାଇଥିଲା।

୨୦୧୮-୧୯ ବର୍ଷରେ ବାର୍ଷିକ ଋଣ ଯୋଜନାରେ ଧାର୍ଯ୍ୟ ୭୧,୪୨୦ କୋଟି ଟଙ୍କା ମଧ୍ୟରୁ ଡିସେମ୍ବର ସୁଦ୍ଧା ୪୪୭୮୬.୧୯ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଏହା ମୋଟ ଧାର୍ଯ୍ୟ ଲକ୍ଷ୍ୟର ୬୨.୭୧ ପ୍ରତିଶତ। ଏହି ସମୟ ମଧ୍ୟରେ କିନ୍ତୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଧାର୍ଯ୍ୟଲକ୍ଷ୍ୟର ୧୧୪.୨୨ ପ୍ରତିଶତ ହାସଲ ହୋଇଥିଛି। ଧାର୍ଯ୍ୟ ୨୦୪୬୭.୬୭ କୋଟି ମଧ୍ୟରୁ ଡିସେମ୍ବର ସୁଦ୍ଧା ବ୍ୟାଙ୍କମାେନ ୧୭,୯୧୯ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି।

ମନ୍ତ୍ରୀ କହିଥିେଲ, ରାଜ୍ୟର ଦୁଇ-ତୃତୀୟାଂଶ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ନଥିବାରୁ ଗ୍ରାମାଞ୍ଚଳର ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତ ଏବଂ ବିଶେଷ ଭାବେ ମାଓ ଉପଦ୍ରବ ଅଞ୍ଚଳଗୁଡ଼ିକରେ ଅଧିକରୁ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲାଯିବା ଦରକାର।

ଅବିଭକ୍ତ କୋରାପୁଟ ଜିଲ୍ଲାର କୋଟିଆ, ମାଲିକାନଗିରିର ଚିତ୍ରକୋଣ୍ଡା ସମେତ ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ଗଜପତି, ରାୟଗଡ଼ା ଏବଂ ନୂଆପଡ଼ା ଜିଲ୍ଲାରେ ଅଧିକ ସ୍ଥାୟୀ ବ୍ୟାଙ୍କ୍‌ ଶାଖା ଏବଂ ଏଟିଏମ୍‌ ଖୋଲିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ପରାମର୍ଶ ଦେଇଥିଲେ ।

ରାଜ୍ୟର କୌଣସି ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ନଥିବା ୨୧୯୭ ଗ୍ରାମ ମଧ୍ୟରୁ ଫେବୃଆରୀ ୨୧, ୨୦୧୯ ସୁଦ୍ଧା ୨୦୮୮ ଗ୍ରାମକୁ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ସୁବିଧା ଯୋଗାଇ ଦିଆଯାଇଛି। ବାକି ୧୦୯ଟି ଗ୍ରାମକୁ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ସେବା ଯୋଗାଇଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେଣ୍ଟ ନିମନ୍ତେ ଦୁର୍ଗମ ଅଞ୍ଚଳଗୁଡ଼ିକରେ ନିୟମିତ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେଉନଥିବା ଦୃଷ୍ଟିରୁ ଏହି ସବୁ ଅଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଜୀବିକା ମିଶନକୁ ୫୦ଟି ସୌରଚାଳିତ ଭିସାଟ୍‌ ସ୍ଥାପନ କରିବା ପାଇଁ ଦୁଇ କୋଟି ଟଙ୍କା ଯୋଗାଇ ଦିଆଯାଉଛି।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଋଣ ଓ ଜମା (କ୍ରେଡିଟ୍‌ ଡିପୋଜିଟ୍‌) ଅନୁପାତ ହାର ୨୦୧୮ ସେପେଫମ୍ବର ୩୧ ତାରିଖ ସୁଦ୍ଧା ୯ଟି ଜିଲ୍ଲାରେ ୪୦ ପ୍ରତିଶତରୁ କମ୍‌ ଥିବା ଉଲ୍ଲେଖ କରିଥିଲେ।

ଏହି ବୈଠକରେ ପିଏମ୍‌ କିଷାନ ସମ୍ମାନ ନିଧି, ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ କରାଇବା,କୃଷୀବୀମା, ବ୍ୟାଙ୍କ ଜମାଖାତାରେ ସିଧାସଳଖ ରିହାତି ହସ୍ତାନ୍ତର, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ, ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଆଦି ବିଷୟରେ ସମୀକ୍ଷା କରାଯାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ, ନାବାର୍ଡ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ସରକାରୀ ବିଭାଗର ପଦାଧିକାରୀମାନେ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର