ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତା: ସ୍ବର୍ଣ୍ଣ ହାତେଇଲେ ମୀନା ସିଂ

ବେତନଟୀ: ଗଞ୍ଜାମ ବ୍ରହ୍ମପୁରସ୍ଥିତ ଜଟାଧରେଶ୍ୱର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ବେତନଟୀ ଲଙ୍ଗଳକଟାସ୍ଥିତ ଶକ୍ତିମାନ ଜିମ୍ନାସିୟମରୁ ପ୍ରଶିକ୍ଷିତ ପ୍ରତିଯୋଗୀମାନେ ଆଶାତୀତ ସଫଳତା ହାସଲ କରିଛନ୍ତି।

ଟିମ୍‌ ମ୍ୟାନେଜର ଅଭିଷେକ ମହାନ୍ତଙ୍କ ନେତୃତ୍ବରେ ମୀନା ସିଂ, ସୂର୍ଯ୍ୟମଣି ସିଂ, ଅସମିତା ସିଂ, ରବୀନ୍ଦ୍ର ହାଁସଦା, ରଜତ ମହାନ୍ତ ପ୍ରମୁଖ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ମୀନା ସିଂ ଯୁବବର୍ଗରେ ମୋଟ ୧୩୧ କିଲୋ ଭାରତ୍ତୋଳନ କରି ନୂତନ ରେକର୍ଡ ସ୍ଥାପନ କରିବା ସହିତ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ୫୫ କିଲୋ ବର୍ଗରେ ଅସ୍ମିତା ସିଂ ମୋଟ ୭୨ କିଲୋ ଭାର ଉଠାଇ କାଂସ୍ୟ, ସୂର୍ଯ୍ୟମଣି ସିଂ ବରିଷ୍ଠ ବର୍ଗରେ ୧୧୦ କିଲୋ ଭାରତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଥିଲେ। ଏହି ସଫଳତା ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର