ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପଦ୍ମପୁର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଅଧୀନ  ହୋ ସାହିଠାରେ  ସ୍ଵାଧୀନତା ସଂଗ୍ରାମୀ  ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି  ଉନ୍ମଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ନାରଣ ପୂର୍ତ୍ତି, ମୁଖ୍ୟ ବକ୍ତା ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଆକାଳା କେନ୍ଦୁଝର ଓ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ସଭାପତି  ରାମରାଇ ମୁନ୍ଦୂୟା, କେନ୍ଦୁଝର ସଦର ବ୍ଳକ୍ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, ମହଦେଇଯୋଡ଼ା ପଞ୍ଚାୟତର ସମିତି ସଭ୍ୟ ସରଜିନୀ ସାହୁ, ଗୋବର୍ଦ୍ଧନ ପଞ୍ଚାୟତ ସରପଞ୍ଚ ତଥା ଯୁବ ସମାଜ ସେବୀ ସଞ୍ଜୟ ମୁଣ୍ଡା, ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଆକାଳାର ସହ କୋଷାଧ୍ୟକ୍ଷ ତଥା ଯୁବ ସମାଜ ସେବୀ ଦୁର୍ଗା ଚନ୍ଦ୍ର ପିଙ୍ଗୁଆ, ବସନ୍ତ ସାହୁ, ମିଥୁନ ହେମ୍ବ୍ରମ, ରାମଚନ୍ଦ୍ର ସାମାଡ, ସତ୍ୟଜିତ ଲାଗୁରୀ, ପ୍ରସନ୍ନ ହେମ୍ବ୍ରମ, ରାଜେନ୍ଦ୍ର ହେମ୍ବ୍ରମ, ଗହ୍ମା ତିଉ, ରଘୁନାଥ ସାମାଡ ଏବଂ ମହାଦେଇଯୋଡ଼ାର ହୋ ସାହିର ଲୋକମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ହୋ ସମାଜର ଲୋକମାନେ  ବାଦ୍ୟର ତାଳେତାଳେ ନୃତ୍ୟ କରି ଅତିଥିଙ୍କୁ ପାଛୋଟି ନେଇଥିଲେ।  କୋଷାଧ୍ୟକ୍ଷ  ଚିନ୍ମୟ ସଏ ସଭା ପରିଚାଳନା କରିଥିଲେ ଏବଂ ପ୍ରସନ୍ନ ହେମ୍ବ୍ରମ  ଧନ୍ୟବାଦ୍ ଦେଇଥିଲେ।

ସମ୍ବନ୍ଧିତ ଖବର