ଷ୍ଟୋନ୍‌ ବଣ୍ତିଂ ନାମରେ ଆଇଟିଡିଏରେ କୋଟି କୋଟି ହରିଲୁଟ, ସବୁ ଜାଣି ନିରବ ପ୍ରକଳ୍ପ ପ୍ରଶାସକ

ରା.ଉଦୟଗିରି: ନାମକୁ ମାତ୍ର ଜିଓ ଟ୍ୟାଗି˚। ହେଲେ ଏଥିରେ ମଧୢ ଦୁଇ ନମ୍ବର କାରବାର। କାରଣ ଏ ବର୍ଷ ଯଦି ଷ୍ଟୋନ‌୍‌ ବଣ୍ତିଂ(ପଥର ବନ୍ଧେଇ)ପାହାଡ଼ ଉପରେ କରିଥିବେ, ଆସନ୍ତା ବର୍ଷ ଠିକ୍‌ ସେହି କାମ ଅନ୍ୟ ଜଣେ ହିତାଧିକାରୀଙ୍କ ନାମକୁ ବଦଳାଇ ଆଉ ଟିକିଏ ତଳକୁ ସେଭଳି କାମ ଦେଖାଇ ଦିଆଯାଉଛି। ଗଜପତି ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ (ଆଇଟିଡିଏ)ର ଏଭଳି ଦୁର୍ନୀତି ଯେମିତି ଦାଣ୍ତରେ ପଡ଼ି ହାଟରେ ଗଡ଼ୁଛି। ଆଉ ଏହି କୋଟି କୋଟି ଟଙ୍କାର ଦୁର୍ନୀତି ଆଇଟିଡିଏ ପରିଚାଳିତ ଓଟିଇଏଲ୍‌ପି(ଓଡ଼ିଶା ଟ୍ରାଇବାଲ୍‌ ଏମ୍‌ପାୱାର‌୍‌ମେଣ୍ଟ ଲାଇଭ୍‌ଲିହୁଡ୍‌ ପ୍ରୋଗ୍ରାମ) ନାମରେ ଚାଲିଛି। ସୀମା ଟପିଲା ଭଳି କାରବାର ହୋଇଛି ଓଟିଇଏଲ୍‌ପିରେ। ଷ୍ଟୋନ୍‌ ବଣ୍ତିଂ ବା ଷ୍ଟୋନ୍‌ ଟେରାସି˚ ନାମରେ ଏହି ଦୁର୍ନୀତିର ଚେର ଆଇଟିଡିଏର ପ୍ରକଳ୍ପ ପ୍ରଶାସକଙ୍କ ପର୍ଯ୍ୟନ୍ତ ଲମ୍ବିଛି।

କଥା ହେଲା ପ୍ରତ୍ୟେକ ଷ୍ଟୋନ୍‌ ବଣ୍ତିଂର ପ୍ରକଳ୍ପ ମୂଲ୍ୟ ହେଲା ୫ଲକ୍ଷ ୩୩ହଜାର ଟଙ୍କା। ପାହାଡ଼ ଉପରେ ହେଉ କିମ୍ବା ପାହାଡ଼ରେ ପାଦ ଦେଶରେ ହେଉ ମୃତ୍ତିକା କ୍ଷୟକୁ ରୋକିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ତେବେ ୩ଲକ୍ଷ ୩୩ହଜାର ଲେବର ପେମେଣ୍ଟ୍‌ ଦେବା ପରେ ଅସଲ ଖେଳ ଆରମ୍ଭ ହେଉଛି ବାକି ୨ଲକ୍ଷ ଟଙ୍କା ପାଇଁ। ଅବଶ୍ୟ ୩ଲକ୍ଷ ୩୩ହଜାର ଟଙ୍କାରେ ମଧ୍ୟ ଯେଉଁମାନେ କାମ କରିନାହାଁନ୍ତି ସେମାନଙ୍କ ଆକାଉଣ୍ଟରେ ମଧୢ ମଜୁରୀ ଟଙ୍କା ପଡ଼ିଛି। ବଳକା ୨ଲକ୍ଷ ଟଙ୍କାରେ ପାହାଡ଼ ଉପରେ ଟ୍ରାକ୍‌ଟର ଜରିଆରେ ପଥର ବୋହିବା ନାମରେ ଦେଖାଇ ଦିଆଯାଇଛି। ଏହି ଟଙ୍କାକୁ ମେଟ୍‌ ନାମରେ ଦଲାଲ୍‌କୁ ପେମେଣ୍ଟ୍‌ ଦେଇଥିବା ଦେଖାଇ ଦିଆଯାଇଛି। ଆଉ ଏହି ଦଲାଲ୍‌ ମାନଙ୍କୁ ବ୍ୟାଙ୍କ୍‌କୁ ଆଣି ଅଳ୍ପକିଛି ଟଙ୍କା ଦେଇ ବଳକା ଟଙ୍କା ହଡ଼ପ କରିଛନ୍ତି ଏକ୍‌ଜିକ୍ୟୁଟିଙ୍ଗ୍‌ ଏଜେନ୍‌ସୀ। ପାହାଡ଼ରେ ପଥର ମିଳୁଥିବାବେଳେ ଟ୍ରାକ୍‌ଟରେ ପଥର କେମିତି ପରିବହନ ହେଲା ପ୍ରଶ୍ନକୁ ନା ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା କିମ୍ବା ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିର˚ଜନ ସାହୁ ଉତ୍ତର ରଖିପାରଛନ୍ତି। ତେବେ ଏଭଳି ଦୁର୍ନୀତି ହୋଇଥିବା ସ୍ବୀକାର କରିଛନ୍ତି। ଏଭଳି ରା.ଉଦୟଗିରି ଓ ନୂଆଗଡ଼ ବ୍ଲକ୍‌ରେ ବହୁ ପ୍ରକଳ୍ପରେ କୋଟି କୋଟି ହଡ଼ପ କରାଯାଇଛି। ପାହାଡ଼ ଉପରେ ପଥର ମିଳୁଥିବାବେଳେ ଟ୍ରାକ୍ଟର ହେଉ ଅବା ମୁଣ୍ତରେ ବୋହିବାର ଯଥାର୍ଥତା ଜଣାପଡ଼ୁନି।

ମ୍ୟାଟେରିଆଲ୍‌ ବାବଦକୁ ବଳକା ୨ଲକ୍ଷ ବିଲ୍‌ ମାଗିଲେ ଆମେ କଣ କରିବୁ ଦେବାକୁ ବାଧ୍ୟ ହେଉଛୁ ବୋଲି ସଫେଇ ଦେଇଛନ୍ତି ପ୍ରୋଗ୍ରାମ୍‌ ମେନେଜର ପ୍ରୀତିର˚ଜନ ସାହୁ। ଆଉ ଦ୍ବାହି ଦେଇଛନ୍ତି ଜିଓ ଟ୍ୟାଗି˚ର। ଆଉ ଏପଟେ ଏଭଳି ଦୁର୍ନୀତି ହେଉଥିବା କଥା ଜାଣିବା ପରେ କିଛି ପ୍ରକଳ୍ପର ପେମେଣ୍ଟ୍‌ ଅଟକେଇ ଦେଇଥିବା ସ୍ବୀକାର କରିଛନ୍ତି ନିଜେ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା। ପେମେଣ୍ଟ୍‌ ଅଟକେଇବା କାମ ୨୦୧୯ ଡିସେମ୍ବର ମାସରୁ ହୋଇଥିଲେ ମଧୢ ତା ପରବର୍ତ୍ତୀ ସମୟରେ ପେମେଣ୍ଟ୍‌ କେମିତି କରାଯାଉଛି ତାହାର ସ୍ପଷ୍ଟ ଉତ୍ତର ମିଳିନଥିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠାରୁ। ତେବେ ସେମିତି କେତେଟା ପ୍ରକଳ୍ପ ଅଟକାଇଛନ୍ତି ତାହାର ମଧ୍ୟ ସ୍ପଷ୍ଟ ଉତ୍ତର ଦେଇନଥିଲେ। ବର˚ କହିଥିଲେ ଅନ୍‌ଲାଇନ୍‌ ସବୁକିଛି ଅଛି ଦେଖିପାରିବେ।

ତେବେ ୱେବ‌ ପୋର୍ଟାଲ୍‌ର କେଉଁ ଲିଙ୍କ୍‌ରେ ଏହି ସମସ୍ତ ତଥ୍ୟ ଉପଲବ୍‌ଧ ବୋଲି ପଚାରିବାରେ ୨ ଦିନ ସମୟ ମାଗିଥିଲେ ଉଭୟ ପ୍ରୋଗ୍ରାମ ମ୍ୟାନେଜର ଏବ˚ ପ୍ରକଳ୍ପ ପ୍ରଶାସକ। ତା’ପର ଠାରୁ ପ୍ରାୟ ୨ମାସ ହେଲାଣି ବାରମ୍ବାର ଫୋନ୍‌ କଲେ ଉଭୟ ଅଫିସର ଫୋନ୍‌ ଉଠାଉ ନାହାନ୍ତି। ଏଠାରେ ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ର ନବଗଠିତ ଉଦୟପୁର ଗ୍ରାମ ପଞ୍ଚାୟତର କିଛି ଗ୍ରାମର ଆଦିବାସୀ ମାନେ ମଧୢ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ଓଟିଇଏଲ୍‌ପିର ଷ୍ଟୋନ୍‌ ବଣ୍ତିଂ କାମରେ ଏଭଳି ଦୁର୍ନୀତି ହେଉଥିବା କଥା ଅବଗତ କରାଇଥିଲେ। ଆଉ ସେହି ଅଭିଯୋଗକୁ ଅତି ଚତୁରତାର ସହ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଚପେଇ ଦିଆଯାଇଛି। ଜିଲ୍ଲାପାଳ ଏଥିରେ ହସ୍ତଗତ କରି ପୂର୍ବରୁ ଯେତେଗୁଡ଼ିଏ ପଥର ବନ୍ଧେଇ କାମ କରାଯାଇଛି ସେଗୁଡ଼ିକରେ ନିୟୋଜିତ ଥିବା ମେଟ୍‌ମାନଙ୍କୁ ଡାକି ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବ‌ୋଲି କୁହାଯାଇଛି।

ସମ୍ବନ୍ଧିତ ଖବର