୭ ପଥର ବୋଝେଇ ଟ୍ରକ୍‌ ଜବତ

ବାଲିପାଟଣା : ଉତ୍ତରା-ନିମାପଡ଼ା ରାସ୍ତାର ବାଲିପାଟଣା ଛକ ନିକଟରେ ଚଢ଼ଉ କରି ବାଲିପାଟଣା ପୁଲିସ ଆଜି ୭ଟି ପଥର ବୋଝେଇ ଟ୍ରକ୍‌କୁ ଜବତ କରିଛି। ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ପାଇଁ ବାଲିପାଟଣା ତହସିଲଦାରଙ୍କୁ ଚିଠି କରାଯାଇଛି ବୋଲି ଥାନା ଅଧିକାରୀ ଆକାଶ ରଣା କହିଛନ୍ତି। ବାଲିପାଟଣା ଥାନା ଅଞ୍ଚଳର ବିଭିନ୍ନ ରାସ୍ତା ଦେଇ ଟ୍ରକ୍‌ ଟ୍ରକ୍‌ ଚୋରା ପଥର, ମୋରମ, ବାଲି, ମାଙ୍ଗଡ଼ା ପଥର ଆଦି ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ଫଳରେ ସରକାର ବହୁ ରାଜସ୍ବ ହରାଉଛନ୍ତି। ଏପରି ଚଢ଼ଉକୁ ଆହୁରି ଜୋରଦାର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ତହସିଲଦାରଙ୍କ ନିକଟରେ ଜରିମାନା ଅର୍ଥ ପଇଠ କରି ଥାନାରେ ରସିଦ ପ୍ରଦାନ କରାଯିବା ପରେ ଗାଡ଼ିଗୁଡ଼ିକୁ ଛଡ଼ାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର