କେନ୍ଦ୍ର ସରକାରଙ୍କ ନିର୍ଦେଶନାମା ଘୋଷଣାରେ ସୀମିତ : ଏବେ ବି ପିଲା ପିଠିରେ ‌ବୋହୁଛନ୍ତି ଓଜନିଆ ସ୍କୁଲ ବ୍ୟାଗ

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କୁ ଓଜନିଆ ବ୍ୟାଗ୍ ନେବା ଉପରେ କଟକଣା ଜାରି କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ସମ୍ବଳ ବିକାଶ ମନ୍ତ୍ରାଳୟ । କେବଳ କଟକଣା ଜାରି କରିନାହାନ୍ତି ବରଂ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ କେତେ ରହିବ ତାହାକୁ ବି ନିର୍ଦ୍ଧାରଣ କରିଛନ୍ତି । ପିଲାଙ୍କ ହୋମୱାର୍କ ଉପରେ ବି ସରକାର ନିୟମ କରିଛନ୍ତି । ତେବେ ସରକାରଙ୍କ ଏହି ନିର୍ଦ୍ଦେଶନାମା କେବଳ ଘୋଷଣା ମଧ୍ୟରେ ସୀମିତ ରହିଯାଇଛି । ଆଜି ବି ସ୍କୁଲ ପିଲା ଓଜନିଆ ବ୍ୟାଗ ଧରି ସ୍କୁଲ ଯାଉଥିବା ବେଳେ ହୋମୱାର୍କ ବି କିଛି କମ୍ ରହୁନାହିଁ ବୋଲି ଅଭିଭାବକ ମହଲରେ ମତପ୍ରକାଶ ପାଇଛି। ଅଧିକାଂଶ ସ୍କୁଲର ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନ ଠାରୁ ଅଧିକା ଓଜନର ବ୍ୟାଗ୍ ଧରି ସ୍କୁଲ ଯାଉଛନ୍ତି ।

Telangana Today

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍‌ର ଓଜନ ୧.୫ କେଜି ରଖିବାକୁ କୁହାଯାଇଥିବା ବେଳେ ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଲାଗି ୨ରୁ ୩ କେଜି, ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪ କେଜି, ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ଲାଗି ୪.୫ କେ‌ଜି ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ୫ କେଜି ଓଜନ ନିର୍ଦ୍ଧାରଣ କରିଛନ୍ତି । ଏହି ନିୟମରେ କୌଣସି ବି ସ୍କୁଲ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋମ୍‌ୱାର୍କ କରିବାକୁ ଦେବେ ନାହିଁ। ଏନ୍‌ସିଇଆରଟି ନିୟମ ଅନୁଯାୟୀ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଭାଷା ଓ ଗଣିତ ବିଷୟରେ ଶିକ୍ଷାଦେବେ । ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଭାଷା, ଇଭିଏସ୍‌ ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବାକୁ ନିର୍ଦେଶନାମାରେ ଉଲ୍ଲେଖ ରହିଛି। ତେବେ ସ୍କୁଲ ବ୍ୟାଗ୍ ଠାରୁ ଆରମ୍ଭ କରି ହୋମୱାର୍କ ଦିଗରେ ଅଧିକାଂଶ ସ୍କୁଲ କର୍ତ୍ତୃପକ୍ଷ ଆଦୌ ମାନୁନଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର