ଆପୋଲ ମିଶନ-୧୧କୁ ପୁରିଲା ୫୦ ବର୍ଷ, ଆସନ୍ତୁ ଜାଣିବା ଚନ୍ଦ୍ରକୁ ଯାତ୍ରା କରିଥିବା ମହାକାଶ ଯାତ୍ରୀଙ୍କ ବିଷୟରେ

ନୂଆଦିଲ୍ଲୀ: ଆଜିକୁ ୫୦ବର୍ଷ ପୂର୍ବେ ଆମେରିକାର ‘ନାଶା’ ପକ୍ଷରୁ ମିଶନ ଅପୋଲ-୧୧ର ଆରମ୍ଭ ହୋଇଥିଲା । ଏହି ମଶିନର ମୂଲ ଲକ୍ଷ୍ୟଥିଲା ପ୍ରଥମଥର ପାଇଁ ମଣିଷକୁ ଚନ୍ଦ୍ରପୃଷ୍ଠକୁ ପଠାଇବ । ମିଶନ ଅପୋଲ-୧୧ ଜରିଆରେ ନିଲ ଆମଷ୍ଟ୍ରଙ୍ଗ ଚନ୍ଦ୍ରରେ ପହଞ୍ଚବା ପ୍ରଥମ ବ୍ୟକ୍ତି ହୋଇଥିଲେ । ଆମଷ୍ଟ୍ରଙ୍ଗ ପହଞ୍ଚିବାର କିଛି ସମୟପରେ ଇଡଉଇନ ‘ବୁଜ’ ଆଲଡ୍ରିନ୍‌ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ । ଅନ୍ୟପଟେ ତୃତୀୟ ମହାକାଶଚାରି ମାଇକେଲ କୋଲିନସ ଓରବିଟ ପାଇଲଟ ଭାବେ ନିଜର ଦ୍ୱାୟିତ୍ୱ ତୁଲାଇଥିଲେ ।

ଏହି ମିଶନର ଲକ୍ଷ୍ୟଥିଲା ଏଥିରେ ଥିବା ୩ଜଣ ମହାକାଶ ଯାତ୍ରୀ ନିଲ ଆମଷ୍ଟ୍ରଙ୍ଗ, ଇଡଉଇନ ‘ବୁଜ’ ଆଲଡ୍ରିନ ଓ ମାଇକେଲ କୋଲିନସଙ୍କୁ, ସୁରକ୍ଷିତ ଭାବେ ଚନ୍ଦ୍ର ପୃଷ୍ଠରେ ପହଞ୍ଚାଇବା ଓ ପରେ ପୃଥିବକୁ ଫେରାଇ ଆଣିବା । ଏହି ମିଶନରେ ମାଇକେଲ କୋଲିନସ ପାଇଲଟଭାବେ ଅପୋଲ-୧୧ରେ ଉପସ୍ଥିତଥିଲେ । ଅନ୍ୟପଟେ ନିଲ ଆମଷ୍ଟ୍ରଙ୍ଗ, ଏଡବିନ ‘ବୁଜ’ ଆଲଡ୍ରିନ ଚନ୍ଦ୍ରପୃଷ୍ଟକୁ ଓହ୍ଳାଇଥିଲେ ।

India Today

୨୦ ଜୁଲାଇ ୨୦୧୯ରେ ଅପୋଲ-୧୧ ମିଶନକୁ ୫୦ ବର୍ଷ ପୁରଣ ହେଉଛି । ଏହି ମହାକାଶ ଯାନ ୧୯୬୯ ମସିହାରେ କେନଡି ପେସ୍‌ ସେଣ୍ଟର ଲଞ୍ଚ କମ୍ପଲେକ୍ସ ୩୯ଏ (US)ରୁ ୦୮:୩୨ରେ ଉତକ୍ଷେପଣ କରାଯାଇଥିଲା । ମହାକାଶଯାତ୍ରୀ ମାନେ ଯେଉଁ ଆପୋଲ-୧୧ ରେ ଯାତ୍ରା କରିଥିଲେ ତାହାର ନାମ ‘ଦ ଇଗଲ’ ରଖାଯାଇଥିଲା । ଏହି ଦୁଇ ମହାକାଶ ଯାତ୍ରୀ ଚନ୍ଦ୍ରପୃଷ୍ଟରେ ୨୧ ଘଣ୍ଟା ୩୧ ମିନିଟ୍‌ ରହିଥିଲେ । ନିଲ ଆମଷ୍ଟ୍ରଙ୍ଗ ଚନ୍ଦ୍ର ପୃଷ୍ଟରେ ପାଦ ରଖିବାର ୧୯ ମିନିଟ୍‌ ପରେ ଏଡବିନ ‘ବୁଜ’ ଆଲଡ୍ରିନ ଚନ୍ଦ୍ର ପୃଷ୍ଟକୁ ଓହ୍ଳାଇଥିଲେ ।

ସମ୍ବନ୍ଧିତ ଖବର