ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା: ୩ ଜଣଙ୍କ ନାଁରେ ମାମଲା ରୁଜୁ

ଖଲିଆକାନି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଘୋଟିଆ ଗାଁ ନିକଟ ଜଙ୍ଗଲରୁ ପୁଲିସ୍ ଗତ ମଙ୍ଗଳବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକ ଦୁଷ୍କର୍ମ ପରେ ଝିଅକୁ ହତ୍ୟା କରାଯାଇଥିବା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା।

ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଚିଚିଆ ଗ୍ରାମର ସୁରଜ ହଂସ, ଦୟା ଗୌଡ଼ ଏବଂ ବିକି ମାଳିଙ୍କୁ ପୁଲିସ୍ ଅଟକ ରଖି  ପଚରାଉଚୁରା କରିଥିଲା। ପୁଲିସ୍ ହାତରେ ଉଚିତ ପ୍ରମାଣ ଲାଗିବା ପରେ ଉକ୍ତ ତିନି ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର