ମାଟ୍ରିକ ପରୀକ୍ଷାରେ ଶିକ୍ଷା ବିକାଶ ସମିତିର ସଫଳତା: ୫୮୨ ନମ୍ବର ରଖି ସର୍ବୋଚ୍ଚ ସ୍ଥାନରେ ୪ ଜଣ

ଭୁବନେଶ୍ବର: ଶିକ୍ଷା ବିକାଶ ସମିତି ଓଡ଼ିଶା, ଆନୁକୁଲ୍ୟରେ ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ୨୦୨୧ ମାଟ୍ରିକ ପରୀକ୍ଷାରେ ୧୦୦% ରେଜଲ୍ଟ କରି ସଂଗଠନକୁ ଗୌରବାନ୍ବିତ କରିଛନ୍ତି। ମୋଟ ୧୯୨୫୨ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ୧ରେ ୧୧୮୫, ଏ୨ରେ-୫୦୨୫, ବି୧ରେ-୬୬୦୯, ବି୨ରେ – ୪୩୪୪, ସିରେ-୨୦୫୬,ଡିରେ – ୬୮୭ ଓ ଇରେ ୩୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସରସ୍ଵତୀ ବିଦ୍ୟା ମନ୍ଦିର,କେଶବଧାମ, କଟକର ଛାତ୍ର ଶ୍ରୀମାନ ତପନକୁମାର ମହାନ୍ତ , ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅନୁଗୁଳର ଛାତ୍ର ଶ୍ରୀମାନ ସୌମ୍ୟ ସୌରଭ ତ୍ରିପାଠୀ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଫକୀରମୋହନ ନଗର, ବରମୁଣ୍ଡାର ଛାତ୍ରୀ ସୁଶ୍ରୀ ସ୍ବୟଂପ୍ରଭା ଚହଟରାୟ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠନଗର ଛାତ୍ରୀ ସୁଶ୍ରୀ ଅନ୍ବେଷା ମହାରଣା ସର୍ବୋଚ୍ଚ ୫୮୨ ନମ୍ବର ରଖି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିକାଶ ସମିତି, ଓଡ଼ିଶାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି

ସମ୍ବନ୍ଧିତ ଖବର