‘ଅଗ୍ନି-୪’ର ସଫଳ ପରୀକ୍ଷା

ବାଲେଶ୍ବର : ‌ସୋମବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍‌ କଲାମ ଦ୍ବୀପରୁ ମଧ୍ୟବର୍ତ୍ତୀ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୪’ର ସଫଳ ପରୀକ୍ଷଣ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩ ହଜାରରୁ ୪ ହଜାର କିମି ପର୍ଯ୍ୟନ୍ତ ରହିଛି।

‘ଅଗ୍ନି-୪’ ରେଞ୍ଜରେ ପୂରା ପାକିସ୍ତାନ ଓ ଚୀନ୍‌ ଆସୁଥିବାରୁ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ‘ଅଗ୍ନି ସିରିଜ୍‌’ର ସମସ୍ତ କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହି କ୍ଷେପଣାସ୍ତ୍ରକୁ ଭାରତର ବ୍ରହ୍ମାସ୍ତ୍ର କୁହାଯାଉଛି।

ସମ୍ବନ୍ଧିତ ଖବର