ଭୁବନେଶ୍ବର: ରାଜ୍ୟରେ ଆଜି ଯେଉଁ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୫୦ ଜଣ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
Total Positive Cases till 9 am: 611 Total Active cases:465
New positives:7303 cases in Khordha
All In Quarantine Centres. Surat returnee42 cases in Ganjam
All In Quarantine Centres. Surat Returnees— I & PR Department, Odisha (@IPR_Odisha) May 14, 2020
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗଞ୍ଜାମରୁ ସର୍ବାଧିକ ୪୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଖୋର୍ଦ୍ଧାରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତର ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି | ତା’ଛଡ଼ା ଏମାନେ ସୁରତ ଫେରନ୍ତା ବୋଲି ସୂଚନା ଦିଆଯାଇଛି।
ଯାଜପୁର ଜିଲ୍ଲାରୁ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଏମାନେ ସମସ୍ତର ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି | ତା’ଛଡ଼ା ଏମାନେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆଯାଇଛି।
09 cases in Bhadrak
All In Quarantine Centres. 5 Surat returnees. 3-WB, 1 K’taka returnee17 cases in Jajpur
All In Quarantine Centres. WB returnees02 cases in Sundergarh
Both in containment zone— I & PR Department, Odisha (@IPR_Odisha) May 14, 2020
ଅପରପକ୍ଷରେ ଭଦ୍ରକ ଜିଲ୍ଲାରେ ଯେଉଁ ନୂଆ ୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୫ ଜଣ ସୁରତ ଫେରନ୍ତା, ୩ଜଣ ପଶ୍ଚିମବଙ୍ଗ ଓ ଜଣେ କୋଲକାତା ଫେରନ୍ତା ବୋଲି ଜଣାଯାଇଛି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି | ସୁନ୍ଦରଗଡ଼ରେ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି |
ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୫ ଥିବା ବେଳେ ୧୪୩ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍ ରାଜ୍ୟରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।