ପ୍ରଭାତଙ୍କ ଉପରୁ ନିଲମ୍ବନ ଉଠିଲା

ଭୁବନେଶ୍ୱର: ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ବିଜେଡିର ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଆଦେଶ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି। ୨୦୧୪ ଅକ୍ଟୋବରରେ ଚିଟ୍‌ଫଣ୍ଡ୍‌ ମାମଲାରେ ଅଭିଯୁକ୍ତ ହୋଇ ଶ୍ରୀ ତ୍ରିପାଠୀ ଜେଲ୍‌ ଯାଇଥିଲେ। ୨୦୧୫ ମାର୍ଚ୍ଚରେ ସେ ହାଇକୋର୍ଟରୁ ଜାମିନ୍‌ ପାଇଥିଲେ। ଏହି ଜାମିନ୍‌ ବିରୋଧରେ ସିବିଆଇ ସୁପ୍ରିମକୋର୍ଟ ଯାଇଥିଲା। କିନ୍ତୁ ଗତ ୬ ତାରିଖରେ ସୁପ୍ରିମକୋର୍ଟରେ ସିବିଆଇ ଆବେଦନ ଖାରଜ ହୋଇଯାଇଥିଲା। ଏହା ପରେ ଶ୍ରୀ ତ୍ରିପାଠୀ ଆଶ୍ୱସ୍ତ ହୋଇଥିଲେ।

ଶ୍ରୀ ତ୍ରିପାଠୀ ସିବିଆଇ ଦ୍ୱାରା ଗିରଫ ହେଲା ମାତ୍ରେ ସଙ୍ଗେ ସଙ୍ଗେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ସେହିପରି ବିଜେଡିର ସାଂସଦ ରାମଚନ୍ଦ୍ର ହାଁସଦା ଓ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ଗିରଫ ହେବା ମାତ୍ରେ ଦଳରୁ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର